STORYMIRROR

Dr Susmita Dash

Romance

2  

Dr Susmita Dash

Romance

ତୁମ ସ୍ପର୍ଶ

ତୁମ ସ୍ପର୍ଶ

1 min
13.2K


ମୁଁ ସାଗର, ତୁମେ ସୂରୁଜ।

ପ୍ରତୀକ୍ଷା କରେ ପ୍ରତ୍ୟୁଷର, 

ଆସ ତୁମେ,

କରି ସ୍ପର୍ଶ ମୋ ଶରୀର

ବିଚ୍ଛୁରିତ କରି ସ୍ୱର୍ଣ୍ଣିମ ଆଭା,

ଉଦୟ ହୁଅ ମୋ ଠାରୁ।

ପ୍ରଶମିତ ହୁଏ ମୁଁ,

ଉଷ୍ଣତାରେ ତବ

ନାଚିଉଠେ ଭଉଁରି ଖେଳି,

ପ୍ରେମପ୍ରବଣ ହୋଇ।

ଦିନାନ୍ତ ରେ,

ଡୁବିଯାଅ ମୋ ଶରୀରେ

ପୁନର୍ବାର କରି ସ୍ପର୍ଶ,

ଏଥର କିନ୍ତୁ

ହୁଏ ବିଷର୍ଣ୍ଣ ମୋ ତନୁ ମନ।

ମ୍ଲାନ ମୋର ପ୍ରତିଟି ରଜନୀ,

କରେ ପୁଣି ପ୍ରତୀକ୍ଷା

ନୂତନ ପ୍ରତ୍ୟୁଷର,

ପାଇବାକୁ ଅନୁରାଗ ତୁମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance