ତୁମ ସ୍ପର୍ଶ
ତୁମ ସ୍ପର୍ଶ
ମୁଁ ସାଗର, ତୁମେ ସୂରୁଜ।
ପ୍ରତୀକ୍ଷା କରେ ପ୍ରତ୍ୟୁଷର,
ଆସ ତୁମେ,
କରି ସ୍ପର୍ଶ ମୋ ଶରୀର
ବିଚ୍ଛୁରିତ କରି ସ୍ୱର୍ଣ୍ଣିମ ଆଭା,
ଉଦୟ ହୁଅ ମୋ ଠାରୁ।
ପ୍ରଶମିତ ହୁଏ ମୁଁ,
ଉଷ୍ଣତାରେ ତବ
ନାଚିଉଠେ ଭଉଁରି ଖେଳି,
ପ୍ରେମପ୍ରବଣ ହୋଇ।
ଦିନାନ୍ତ ରେ,
ଡୁବିଯାଅ ମୋ ଶରୀରେ
ପୁନର୍ବାର କରି ସ୍ପର୍ଶ,
ଏଥର କିନ୍ତୁ
ହୁଏ ବିଷର୍ଣ୍ଣ ମୋ ତନୁ ମନ।
ମ୍ଲାନ ମୋର ପ୍ରତିଟି ରଜନୀ,
କରେ ପୁଣି ପ୍ରତୀକ୍ଷା
ନୂତନ ପ୍ରତ୍ୟୁଷର,
ପାଇବାକୁ ଅନୁରାଗ ତୁମର।