STORYMIRROR

Dr Susmita Dash

Romance

2  

Dr Susmita Dash

Romance

ସମ୍ପର୍କ

ସମ୍ପର୍କ

1 min
13.5K


ସେ ଅବ୍ୟକ୍ତ ଭାଷା ଶୁଣିବାକୁ

ଅଦୃଶ୍ୟ ରଙ୍ଗ ଦେଖିବାକୁ

ଅନୁଭବ କରିବାକୁ ସେ ଅନନୁଭୂତ,

ସେ ଶକ୍ତି,

ଯାହା ସମଗ୍ର ବିଶ୍ଵରେ ପରିବ୍ୟାପ୍ତ

ଚେଷ୍ଟା କର ଥରେ ବୁଝିବାକୁ,

ନିର୍ମୋହ ହୃଦୟର ପରିଭାଷା।

ନଥାଏ ପାର୍ଥିବ ବାସନା

ଅନ୍ଧାର ରେ ଦୀପ ସଦୃଶ

ଭାବନା ରୁ ଉର୍ଦ୍ଧ୍ବ ସେ ...

ଢେ଼ଉ ପରି, 

ଯେ ବୋଧ କରିପାରେ

ଚନ୍ଦ୍ରମାର ଆକର୍ଷଣ,

ଚିରସ୍ରୋତା

ଏକମାତ୍ର ଲକ୍ଷ୍ୟ 

ଲୀନ ହେବ ସାଗର ଗର୍ଭରେ।

ଅନନ୍ୟ, ଅସୀମ, ଅପୂର୍ବ, ଅନନ୍ତ

ସର୍ବୋତ୍କୃଷ୍ଟ ସମ୍ପର୍କ

ଆତ୍ମା ସହିତ ଆତ୍ମାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance