STORYMIRROR

Dr Susmita Dash

Inspirational Abstract

2  

Dr Susmita Dash

Inspirational Abstract

ଦୃଢ଼ ମନା

ଦୃଢ଼ ମନା

1 min
13.3K


ଦୃଶ୍ୟ ହୁଏ ଚାରିପଟେ 

ବିସ୍ତୀର୍ଣ୍ଣ ଜଳରାଶି,

ଦୁର୍ଗମ ରାସ୍ତା 

ରହିବାକୁ ହେବ ଏହିଠାରେ

ସହ୍ୟ କରି ସେ ଭୟାବହ ସତ୍ୟ।

ପରିସ୍ଥିତିରୁ, ନିଜଠାରୁ

ଥକିଗଲିଣି ଦୈାଡି ଦୈାଡି,

ଛଳନା କରି ଖୁସି ରହିବାର

ଦଫନ୍ କରି ସତ୍ୟତାକୁ,

ଅପମାନିତ ହେବା ଭୟରେ

ଏ ସମାଜ ଠାରୁ। 

ଆଘାତ କରେ ଗୋପନରେ

କଦର୍ଯ୍ୟ ଆସ୍ଫାଳନ,

ସେ ବୃଥା ଅଭିନୟ,

ନୀରବ ଦ୍ରଷ୍ଟା ସାଜିଛି, ମୁଁ

ଘୁଞ୍ଚିବାର ଶକ୍ତି ଖୋଜେ

ନିଜକୁ ଦୃଢ଼ ମନା ବିଚାରୁ ଥିବା

ଆଜିର ଏ ନାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational