Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Romance

2  

Dr Susmita Dash

Romance

ସେ ଚାହାଣୀ

ସେ ଚାହାଣୀ

1 min
6.6K


ସେ ଚାହାଣୀ, ଅର୍ଥବୋଧକ

ଅଭିବ୍ୟକ୍ତି ଅପୂର୍ବ

ଆକର୍ଷିତ ହୁଏ ମୁଁ

ଅଜାଣତରେ, ମୂହୁର୍ତ୍ତକରେ

ସୃଷ୍ଟି ହୁଏ ଆମ କାହାଣୀ,

ଛନ୍ଦି ହୁଏ ଯେବେ

ଆମ ଚାହାଣୀ ।

ସେ ସ୍ୱର ରଙ୍ଗାୟିତ କରେ 

ସହସ୍ର ଅଲେଖା ଶବ୍ଦ ,

ଅଶ୍ରୁତ ସଙ୍ଗୀତର ଝଙ୍କାରରେ

ହୋଇଯାଏ ମନ୍ତ୍ରମୁଗ୍ଧ।

ମୋହଶୂନ୍ୟ ପ୍ରେମର ଶକ୍ତିପାତରେ

ପାଲଟିଯାଏ ମୁଁ ରାଧିକା,

ସେ ଅଜ୍ଞାତ କୁହୁକ ସ୍ପର୍ଶରେ

ହୁଏ ପୁଣି କୈବଲ୍ୟ କଣିକା।


Rate this content
Log in

Similar oriya poem from Romance