STORYMIRROR

Dr Susmita Dash

Others Romance

3  

Dr Susmita Dash

Others Romance

ସୂର୍ଯ୍ୟମୁଖୀ ର ଅଭିମାନ

ସୂର୍ଯ୍ୟମୁଖୀ ର ଅଭିମାନ

1 min
14K


ଭୁଲିବାକୁ ଚାହେଁ ତୁମକୁ

ବେଳେବେଳେ,

ବେଦନା ହୃଦୟରେ ଧରି

ସତେ ଯେପରି ,

ଅସ୍ତିତ୍ଵ ହିଁ ନଥିଲା ଆମରି।

ପରାସ୍ତ ନାୟିକା ମୁଁ,

ବନ୍ଧା ତୁମ ଆସକ୍ତିର

ଶିକୁଳିରେ ,

ମୁକୁଳିବା ସେ ଯନ୍ତାରୁ

ମୋ ସାମର୍ଥ୍ୟ ବାହାରେ।

ତୁମେ ଚାଲିଗଲା ପରେ,

ସେ ଘନ ଅନ୍ଧକାରେ

ହୃତ ହୁଏ ମୋ ଲାବଣ୍ୟ ଓ ବାସନା,

ପ୍ରଭାତର ସୂକ୍ଷ୍ମ କିରଣରେ

ପାସୋରି ଯାଏ ପୂର୍ବ ଯାତନା

ଅଭିମାନୀ ପ୍ରିୟା ମୁଁ, 

ଚାହେଁ ତୁମ ସାହଚର୍ଯ୍ୟ ସଦା

ମହକାଇ ଦିଅନ୍ତି ଚତୁର୍ଦ୍ଦିଗ,

ଦୀପ୍ତିମନ୍ତ କରି ମୋ ଆଭାରେ

ଢଳି ଯାଆନ୍ତି ତୁମରି ରଙ୍ଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍