STORYMIRROR

Dr Susmita Dash

Romance

2  

Dr Susmita Dash

Romance

ମାୟାଜାଲ

ମାୟାଜାଲ

1 min
13.7K


ଅନ୍ଧକାର ଆଣେ ତୁମରି ଭାବନା

ଘନ କୁହୁଡି ପରି,

ମେଘାଚ୍ଛନ୍ନ ହୁଏ ମନ

ଧିରେ ଧିରେ ଭରିଯାଏ 

ସବୁ ଉପତ୍ୟକା ହୃଦୟର

ଅସ୍ପଷ୍ଟ କାମନାରେ।

ଅମଣକରା ପ୍ରତିଟି ମୁହୂର୍ତ୍ତ

ପ୍ରତିଟି ମଧ୍ୟ ରାତ୍ରୀ,

ଭୟାତୁର ମୁଁ,

ଉଷାର ଆଗମନେ 

ସେ ନିଗୂଢ଼ କ୍ଷଣିକ ଦୃଷ୍ଟି

ଛନ୍ଦିଦେବ କାଳେ ମାୟାଜାଲେ।।

ଏ ଅନ୍ଧକାର, ଖୁବ୍ ସୁନ୍ଦର

ଆବୋରି ନିଏ ମୋ ସମର୍ଥ ସତ୍ତା

କରେ, ନିଶ୍ଚଳ ମୋ ସ୍ନାୟୁ

ଉଜ୍ଜୀବିତ ଇନ୍ଦ୍ରିୟ ଓ

ସତେଜ ହୁଏ ଆତ୍ମା।

କଫିନ୍ ଖୋଲେ

ଆଲିଙ୍ଗନ କରେ ରଜନୀ,

ଟାଣିନିଏ ତା ଗର୍ଭକୁ

ଅସମର୍ଥ ହୁଏ ମୁଁ ଲଢ଼ିବାକୁ

ସେ ଅତଳ ଗର୍ଭରେ,

ତଥାପି....

ନିଜକୁ ପାଏ ଜୀବନ୍ତ।

ମୁଁ ଲାଳାୟିତ ଏ ଜୀବନ ପାଇଁ

ଜୀବନ ଲାଳାୟିତ ମୋ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance