STORYMIRROR

Sujat Kumar Sahoo

Abstract Inspirational Others

5.0  

Sujat Kumar Sahoo

Abstract Inspirational Others

ମା’ ଏକ ଅକ୍ଷର

ମା’ ଏକ ଅକ୍ଷର

1 min
28.1K


ମା’ ବୋଲି ଏକ ଅକ୍ଷର ପଢ଼ିଲି,

ପାଇଲିନି ଆଦି ଅନ୍ତ ତାହାର ।

ପଚାରି ବୁଝିଲି ମା’ ଠାରୁ ବଡ଼ 

ନାହିଁ କେହି ଏହି ମର୍ତ୍ତ ଭୁବନ ।

ସବୁଠାରୁ ବଡ ପଦାର୍ଥ ଖୋଜିଲ

କାହିଁ..ପାଇଲିନି କେଉଁ ଠାରେ । 

ଜଗତ କହିଲା ଆରେ ନିର୍ବୋଧ ଶିଶୁ,

ବଡ ଖୋଜୁଅଛୁ ?

ସେତ ଅଛି ତୋର, ଅତି ନିକଟରେ ।

ସବୁଠୁ ଅଧିକ ସ୍ନେହ ମୁଁ ଖୋଜିଲି, 

ମିଳିଲାନ ମୋତେ କାହା ପାଖରେ ।

ସମାଜ ରୁ ଯାହା ଜାଣିଲି ଶୁଣିଲି...

ସେତ ଅଟେ ସ୍ନେହମୟୀ 

ମା’ ନାମ ଡାକ-ଟିରେ....

କାହାକୁ କହିବି କେ ମୋ ନିଜର, 

ବୁଝି-ଖୋଜି ପାଇ ପାରୁ ନ ଥିଲି । 

ଶାସ୍ତ୍ର କହିଲା ସମାଜ କହିଲା 

ମା’ ଠାରୁ ନିଜ ବଳି...

ଆଉ କିଏ କାହିଁ ଅଛି କେଉଁଠାରେ ??? 

ସବୁଠୁ ଅଧିକ ମିଠା ମୁଁ ଖୋଜିଲି....

ମିଳିଲାନି ମୋତେ ସାରା ସୃଷ୍ଟି ରି 

ଗୁରୁ ମୋ କହିଲେ, ଅତି କ୍ଷୀଣ ସୁରେ

ମା’ ନାମ ଡାକ ଠାରୁ !

ଯେଉଁ ମିଠା ଝରେ... ରେ  

ତା ଠାରୁ ମିଠା ବଳି... ନାହିଁ ଆଉ ସଂସାରେ ।।।

            ( ସୁଜାତ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract