STORYMIRROR

Sujat Kumar Sahoo

Abstract

2  

Sujat Kumar Sahoo

Abstract

ନିସଙ୍ଗ ବେଦନା

ନିସଙ୍ଗ ବେଦନା

1 min
400

 ତୁମେ ବି ଥିଲ ,ମୁଁ ବି ଥିଲି

ଥିଲା ଆମ ସଂସାର ,

କେତେ ମଧୁର,କେଢେ ମଧୁର

ଅଧା ବାଟରେ ହାତ ଛାଡ଼ିଦେଲ

କରି ମୋତେ ହତାଦର ,

ତୁମେ ହେଲ ଏଢେ ନିଷ୍ଟୁର,

ତୁମେ ହେଲ ଏଢେ ନିଷ୍ଟୁର

ପଥ ମୋ ସରେନି, ମନ ତ ବୁଝେନି,

ଝରଇ ଲୁହ ଆଖିରୁ ,

କାହାକୁ କହିବି କିଏସେ ବୁଝିବ,

ବେଦନା ମୋ ଛାତି ଭିତରୁ

ବେଦନା ମୋ ଛାତି ଭିତରୁ

ଆଶାବାଢି କହି ଦେଇଥିଲ ଯାହା,

ନକ-ନକ ବତା ପରି ,

ପାଣି ଗାର ପରି ଶବଦ ସୁଅରେ

ଭାସିଗଲା ଦୂର କରି

ସମୟ ସୁଅରେ ସଭିଏଁ ଚାଲନ୍ତି

ସମୟକୁ ନାହିଁ ଡୋରି ,

ଛାତିର କୋହକୁ ଛାତିରେ ଚାପିଛି

ଆଖିର ଲୁହକୁ ଧରି

ତୁମ କଥା ଭାବି ଜୀବନ ଜିଇଁଛି

ଝରାଇ ଲୁହ ଆଖିରୁ

କାଆଗେ କହିବି, କିଏ ବା ବୁଝିବ

ବେଦନା ମୋ ଛାତି ଭିତରୁ

ବେଦନା ମୋ ଛାତି ଭିତରୁ

ସାହାସ ନାହିଁ କି, ଶକତି ନାହିଁ,

କଅଁଳ ଶିଶୁଟି ପରି,

କ୍ରନ୍ଦନ କେବଳ ସମ୍ବଳ ମୋହର

ଡାକୁଛି ମୁଁ ହାତ ଠାରି

ଆସ ସାଥି ମୋ ମଥାର ସିନ୍ଦୁର

ମୋ ଜୀବନ ନଉକା

ନେଇ ଯାଅ ସେପାରିକୁ ପୁଣି

ସାଥି କରି ତୁମରି ପରିକା

ସଂସାର ଗଢିବା ସେଠି

ଆଉଥରେ ନୂଆ କରି

ନ ନେଇ ସାଥିରେ ଆମ୍ଭର

ଭାବିଥିବା ଆଶାବାଢି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract