STORYMIRROR

Sujat Kumar Sahoo

Romance

4  

Sujat Kumar Sahoo

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
305

ଜହ୍ନ ରାଇଜରୁ ଫୁଲ ଆଣିଥିଲି 

ତୋ ଗଭାରେ ଦେବା ପାଇଁ 

ପ୍ରେମର ବାଣିରେ ତାକୁ ଗୁନ୍ଥିଥିଲି 

ସାତ ସପନରେ ମୁହିଁ ।।


ରାତି ରାତି କେତେ ଅନିଦ୍ରା ହୋଇଛି 

ତୁମ କଥା ଭାବି ଭାବି 

ତୁମ ପ୍ରେମ କଥା ସପନରେ ଏକା

ଆଙ୍କିଥିଲି ମନେ ଛବି ।।


ଆଶା ବାନ୍ଧିଥିଲି ତୁମ ହାତ ଧରି  

କରିବି ଜୀବନ ସାଥି  

ଅନ୍ୟ ହାତ ଧରି ତୁମେ ଚାଲିଗଲ   

ବୁଜିଦେଇ ମୋର ପୋଥି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance