Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Others

5.0  

Sujat Kumar Sahoo

Others

ଭାବ ଭଜନ - ୧

ଭାବ ଭଜନ - ୧

1 min
323


ଆସିଛି ମୁଁ ଧାଇଁ ତୋର ପାଦ ଚାହିଁ

ସତେକି ଏ ଭାଗ୍ୟ ମିଳିବ

ତୋର ପାଦ ପଦ୍ମ ରେଣୁ ଲାଭ କରି

ଏ ଜୀବ ମୋ ତରି ଯିଇବ ।


ତୁ ପରା ଅନାଥ ନାଥ ବୋଲି ତାତ

ନେତ ଉଢ଼େ ଫର ଫଅର

ମୁହିଁ ତ ଅନାଥ ତୁହି ମୋର ନାଥ

ତୋ ବିନା କେ ମୋର ନିଜର ।


ତାରିଲେ ତାରିବୁ ମାରିଲେ ମାରିବୁ

ଯାହା ଇଛା ହେବ ତୋହର

ମୁଁ କିଂକର ତୋର ତୁହି ମୋ ମୁନିବ

ତୋ ବିନା ଶୂନ୍ୟ ମୋ ସଂସାର ।

ଆସିଛି ମୁଁ ଧାଇଁ ତୋର ପାଦ ଚାହିଁ

ସତେକିଏ ଭାଗ୍ୟ ମିଳିବ

ତୋର ପାଦ ପଦ୍ମ ରେଣୁ ଲାଭ କରି

ଏ ଜୀବ ମୋ ତରି ଯିଇବ ।


ଶୂନ୍ୟ ନିରାକାର ଅଚିନ୍ତ୍ୟ ଆକାର

ଆହେ ଶ୍ରୀ ବ୍ରହ୍ମାଣ୍ଡ ଗୋସାଇଁ

ପାଦ ପାଣି ତୋର ସହସ୍ର ଯୋଜନ

ନୟନ ବ୍ରହ୍ମାଣ୍ଡ ଦେଖଇ ।


ଏ ପାପି ନୟନ ପାରିବ କି ଜାଣି

ଆଦ୍ୟ କାହିଁ ପ୍ରାନ୍ତ ତୋହର

ତୁହି ନ ଚାହିଁଲେ କିବା ଶକ୍ତି ଅଛି

ଏ ଛାର କିଂକରେ ତାହାର ।


କରହେ ଅଭୟ କର ବର ଦାନ

ଦୁଃଖି ଜନନ୍ତାଙ୍କ ବିଭବ

ତୁହି ଜଗନ୍ନାଥ ଜଗତର ନାଥ

ତୋ ବିନା ଆଉ କେ ଦେଏବ ।


ଆସିଛି ମୁଁ ଧାଇଁ ତୋର ପାଦ ଚାହିଁ

ସତେକି ଏ ଭାଗ୍ୟ ମିଳିବ

ତୋର ପାଦପଦ୍ମ ରେଣୁ ଲାଭ କରି

ଏ ଜୀବ ମୋ ତରି ଜୀଇବ ।


Rate this content
Log in