Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Inspirational Others

3  

Sujat Kumar Sahoo

Inspirational Others

ବିଭୁ ପାଦେ

ବିଭୁ ପାଦେ

1 min
196



ଯେତେ ଦୁଃଖ ମୋତେ ଦେଲେ ଦିଅ ପ୍ରଭୂ

ଦୁଃଖ ନାହିଁ ମୋ ସେଥିରେ,

ହେଲେ ମହା ପ୍ରଭୂ ନାମ ଥାଉ ସଦା

ଦିବା ନିଶି ମୋ ମୁଖରେ ।

ଡାକୁଥିବି ମୁହିଁ ଶୁଣୁଥିବୁ ତୁହି

ଏହି ଆଜ୍ଞା ହୋଇଥାଉ ,

ଏ ଦଦରା ନାଵ ଭରଷା ହିନ ତ

କେତେ ଦିନ ଥିବ ଆଉ ।

ଥାଉ ବା ନ ଥାଉ ସମୟ ମୋ ଯେତେ

ଶୋଚନା ନାହିଁ ମୋ ମନେ,

ତୋ ପାଦପଦ୍ମକୁ ଆଶ୍ରା କରି ପ୍ରଭୁ

ଭୁଲିବି ମୋତେ ନୟନେ ।

ତୁ ଭକ୍ତ ବସ୍ଚଳ ଭକତ ସମ୍ବଳ

ନୟନ ତାରା ମୋହର,

ତୋର ବିନା ଦଣ୍ଡେ ନିମିଷେ ଦିନକେ

ନ ସରୁ ଦିନ ମୋହର ।

ଏତିକି ମାଗୁଛି, ମାଗିବିନି କିଛି ,

ଧନ ଜନ ପ୍ରଭୁ ତୋତେ ,

ଜୀବ ଗଲାବେଳେ ତୋର ନାମ ଥାଉ

ମୋ ଚିତ ଚୈତନ୍ୟ ସାଥେ ।

ଯେତେ ଦୁଃଖ ମୋତେ ଦେଲେ ଦିଅ ପ୍ରଭୁ

ଦୁଃଖ ନାହିଁ ମୋ ସେଥିରେ ,

ହେଲେ ମହା ପ୍ରଭୁନାମ ଥାଉ ସଦା

ଦିବା ନିଶି ମୋ ମୁଖରେ ।



Rate this content
Log in