STORYMIRROR

Sujat Kumar Sahoo

Abstract

2  

Sujat Kumar Sahoo

Abstract

ମଦୁଆ ଦଳ

ମଦୁଆ ଦଳ

1 min
316

ଆସ ଭାଇ ବନ୍ଧୁ, ସାଙ୍ଗ ସଙ୍ଗାତ

ସାଥି ହୋଇ ଆମେ ପିଇବା ମଦ

ମଦରୁ ରାଜସ୍ବ ହେବ ଆଦାୟ,

ରାଜ୍ୟ ତ ବଢ଼ିବ, ହାୟ ରେ ହାୟ

ଆମେ ପୁଣି ହେବା ବିନ୍ଧାଣି,

ଆମ ରାଜ୍ୟ ପାଇଁ କି,

କାଳିଆ, ପିଠା,ନାମେ ବିଜୁ ଯୋଜନା

ଯେତେ ହେବ ଘୋଷଣା

ଆମ ପଇସାରେ ଚାଲିବ

ସେତ ନହୋଇ ବାଟ ବଣା

ଘରେ ଘରେ, ଗାଁରେ ଗାଁରେ

ମଦ ଦୋକାନ ଖୋଲିବା

ମଦୁଆ ରାଜ୍ୟ ନାମରେ

ଆମେ ବାହା ବାହା ନେବା

ଘର ଗଲେ ଉଜୁଢି ଯାଉ ଯାହାର,

ଝିଅ, ବୋହୂ, ଚାଲି ନପାରନ୍ତୁ ପଛେ

ରାଜ ରାସ୍ତା ଉପରେ

ହୋଇ ନିର୍ଭିକାର

ଚୋରି, ଡକାୟତି, ବଳାତ୍କାର ,

ହେଲେ ହେଉଥାଉ ଯେତେ,

ସେଥିରେ ବା, ଯାଏ ଆସେ କେତେ,

ଆମେତ ନିର୍ବିକାର,

ରାଜସ୍ବରେ ମତି କେବଳ

ଦୋକାନି ଯେତେ ବିକିବେ,

ରାଜା ତାଙ୍କୁ ପୁରସ୍କାର ଦେବେ

ଆମେ ଯେବେ ନ ପିଇବା ମଦ,

ରାଜସ୍ୱ କାଠାରୁ ଆସିବ

ଦୋକାନି କିପରି ପାଇବେ

ରାଜ ପୁରସ୍କାର

କିଛି ଟଙ୍କା ପାଇସା କମିଗଲା

ମଦୁଆଙ୍କ କର ଦାନରୁ

ତେଣୁ କରି ଲଗାଇଲେ କର

ପୁଣି ଆଉ ଥରେ,ମଦୁଆଙ୍କ ଉପରେ

ମଦ ପିଇ ଚଲାଇଲେ ଜାନ

ଦେବ ଟଙ୍କା ପାଞ୍ଚ ହଜାର

ପ୍ରଥମ ଥର

ପୁଣି ଦେବ ଟଙ୍କା ଦଶ ହଜାର,

ହେଲେ ଦ୍ୱିତୀୟ ବାର

ତେଣୁ

ଆସ ଭାଇ ସାଙ୍ଗ ସଙ୍ଗାତ,

ସାଥି ହୋଇ ପିଇବା ମଦ 

ରାଜାଙ୍କୁ କର ଦେଇ

ରାଜ୍ୟ ଗଢ଼ିବା

ଆମେ ହେବା ସୁ ନାଗରିକ,

ରାଜ୍ୟ ପାଇଁ କର ଦାନ ଦେଇ

ପିଇବା ମଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract