STORYMIRROR

Tapan Dixit

Abstract Inspirational Others

4  

Tapan Dixit

Abstract Inspirational Others

ଭାବର ପରଶ

ଭାବର ପରଶ

1 min
27.4K


ପ୍ରଣାମ ଏ ଅକିଞ୍ଚନ ବେଳା ଭୂମିର

କଣ ବା ଆଉ ମାଗିବା ସେ କରୁଣା ବତାର

ଦାରୁବ୍ରହ୍ମ ରୁପୀ ପରମାତ୍ମାଙ୍କୁ କେବଳ ଭାବର ପରଶ ଟିକେ ହାତପାତି ମାଗ

---ସବୁକିଛି ଅଜାଡ଼ିଦେବେ ଅଂଜୁଳୀରେ

ଜୟ ଜଗନ୍ନାଥ

ମନ ଶୁଆ ଥରେ

କହ ହରେ ହରେ

ହରି ହରିନେବେ ଦୁଃଖ

ହରି ଥାଉ ଥାଉ ନିଜ ଘରେ ତୋର

କାହିଁକି ଵାଉଳା ମୂର୍ଖ ?

ଧାଉଁ ଏଣେ ତେଣେ ଭଣ୍ଡ ସାଧୁ ଜନେ

ପୁଜି ହେଉ ହତ ଜ୍ଞାନ

ଅଣ ଦେଖାକରି ଅନ୍ତର ଭିତର

ଦୁର୍ଲଭ ଶ୍ରଦ୍ଧା ସୁମନ ?

ଥରେ କହିଦେ ଆନନ୍ଦେ ସେହି ଆଦିକନ୍ଦେ

ନୀଳାଚଳ କାଳିଆକୁ

ପତିତପାବନ ଶରଣ ରକ୍ଷଣ

ମହୋଦଧି କୂଳିଆକୁ,

‘’ଦୁଖ ନେବେ ହରି ନେବେ ସେ ଦାରୁ ମୁରାରୀ

ଭବ ଦୁଃଖୁ ହେବୁ ପାରି

ନହେଲେ 'ବାଉଳା ବେଳା' କୁହେ ଶେଷେ

ଅବଶୋଷେ ଯିବୁ ମରି ||’’

ତପନ ଦୀକ୍ଷିତ(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract