ଚନ୍ଦ୍ରଚୂଡେ ତ୍ରାହି ତ୍ରାହି
ଚନ୍ଦ୍ରଚୂଡେ ତ୍ରାହି ତ୍ରାହି


ଚନ୍ଦ୍ରଚୂଡେ ତ୍ରାହି ତ୍ରାହି
ଚନ୍ଦ୍ରାନନି ଲାଗି ଚନ୍ଦ୍ରଚକୋର ମୁଁ
ଚନ୍ଦ୍ରା ତପେ ଅଛି ବସି
ଅଙ୍ଗସଙ୍ଗ ତାର ଲଭିବାର ପାଇଁ
ବିତୁଛି ଆଜି ଯା ନିଶି ,
କି କହିବି ବାରେ ମନର ବେଦନା
କିଏ ବା ଫେଡ଼ିବ ଦୁଃଖ
କିଏ ବା ପଢିବ ହୃଦୟ ଶିଳାର
ବିରହର ଅଭିଲେଖ ,
କନ୍ଦର୍ପ ଶରରେ ଅଙ୍ଗ ଅଙ୍ଗ ଦହେ
ଚନ୍ଦନେ ଶୀତଳ ନୋହି
ଚନ୍ଦ୍ରଚୂଡ଼ ନୁହେଁ ସଂସାରୀଟିଏ ମୁଁ
କାହୁଁ ବା ପାରିବି ସହି ,
ଚାରୁବାଳା ମୋର ଲୀଳା କରେ ଯାହା
ହୃଦୟ କନ୍ଦରେ ରହି
ନିଶି ଉଜାଗରେ ଜାଗର ବାସରେ
ଚନ୍ଦ୍ରଚୂଡେ ତ୍ରାହି ତ୍ରାହି ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଚନ୍ଦ୍ରଚକୋର : ଚନ୍ଦ୍ରଙ୍କୁ ଚକୋରସହିତ ତୁଳନା କରି
ଚନ୍ଦ୍ରଚୂଡ଼: ଶିବ ,ମହାଦେବ
•ଚନ୍ଦ୍ରାନନି : ମେଘଦୂତ
********************
ସ୍ୱପନେ, ଆନ ରଙ୍ଗିଣୀ ତୁମ୍ଭ ସଙ୍ଗେ ଶୟନେ । ସ୍ମିତ-ଲଳିତ ଚାରୁ ଚନ୍ଦ୍ର ବଦନ, ସୁରଭ ଚନ୍ଦ୍ରାନନି ! ମନ ବହନ । ଏ ଅଭିଜ୍ଞାନ ଲଭି ଏ ଚାରିମାସ, ଗମିବୁ ନ ହୋଇବୁ ଖେଦେ ହତାଶ ।