STORYMIRROR

Tapan Dixit

Inspirational Abstract Others

2  

Tapan Dixit

Inspirational Abstract Others

ଭକତିରେ କାହୁଁ ବାନ୍ଧିବାକୁ ଶକ୍ତି

ଭକତିରେ କାହୁଁ ବାନ୍ଧିବାକୁ ଶକ୍ତି

1 min
13.8K


‘’ଭକତିରେ କାହୁଁ ବାନ୍ଧିବାକୁ ଶକ୍ତି -କିବା ! ଭକ୍ତି ଅବା ମୋର 

ଡରି ମରି କୁହେ ମଣିମା ହେ ‘’ଦେହୀ.. ପଦ ପଲ୍ଲଵ ମୁଦାରଂ ‘’

ଘଟ ଘଟଣାକୁ କିଏ ବା ଜାଣିବ 

ପେଟ ପାଟଣାର ଭବେ 

ନିୟତି ନିର୍ଦ୍ଦେଶେ ଘଣ୍ଟାକରେ ପ୍ରଭୁ 

କିସ ଘଟିବ ବା କେବେ ?

ଶରୀର ଵୀଣାରୁ ନିଶ୍ୱାସର ଟଣା 

ତାର କେବେ ଯିବ ଛିଡି 

ବଇଦ ବାପୁଡ଼ା ଚିପି ଚିପି ଟିପେ 

ଖୋଜି ପାଇବନି ନାଡୀ ,

ଟାଣି ନେଇ ଯିବେ ମଶାଣି ଭୂଇଁକୁ 

ମଲା ଗଲା ବୋଲି ଜାଣି 

ରାତି ପାହିଗଲେ ଭୁଲି 'ଗତକାଲି' 

ରଚିବେ ନୂଆ କାହାଣୀ ,

ଏଣୁ ଏ ଅଧମ ନିଜର ଭାବିଛି 

ବନ୍ଧୁ ବୋଲି ତୋତେ ଖାଲି 

ଭାବ ଦେଇ ଭାବ ରଖିବୁ ଗୋସେଇଁ 

କୋକେଇ ଉଠିଲେ କାଲି ,

ସରଗ ଦୁଆରେ ଜାଗା ଟିକେ ଆଉ 

ଖଣ୍ଡେ ତୋ ଛଡା ତୁଳସୀ 

ନିରିମାଇଲର ଦାନା କେତେଗୋଟି 

ବିଦା ଦେବୁ ଟିକେ ହସି ..... .. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational