ସ୍ଵପ୍ନ
ସ୍ଵପ୍ନ
ମଦିରା ମନ୍ଦ ଛନ୍ଦେ ତୁମର
ମନକୁ ଦେଇଛ ଛନ୍ଦି
ମନକୁ ମନରେ ମିଶାଇ ତୁମର
ମୋତେ ଯେ କରିଛ ବନ୍ଦୀ ,
ଆଖିରେ ଆଖିଏ ସ୍ଵପ୍ନ ଦେଇଛ
ଶୋଇବି କିପରି କୁହ,
ହସରେ ହସକୁ ଚୋରାଇ ନେଇଛ
ହସିବି କିପରି କୁହ ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
