STORYMIRROR

Tapan Dixit

Fantasy Others

3  

Tapan Dixit

Fantasy Others

ଖାଲି ପିଆଲାଟା ନିଠେଇ ଦେଖୁଛି

ଖାଲି ପିଆଲାଟା ନିଠେଇ ଦେଖୁଛି

1 min
13.2K


ତପତ ଦେହର ତାପେ ତପୁ ତପୁ 

ହାୱା ଦିଏ ଚଇତାଳି 

ବଇଶାଖୀ ପ୍ରିୟା ଝାଂଜି ବରଷୁଛି 

ଦେହଟା ଯାଉଛି ଜଳି,

ଏରୁଣ୍ଡି ସେପଟେ ଶ୍ରାବଣ ବସିଛି 

ଆଖିରେ ଆଖିଏ ଲୁହ 

ଧସେଇ ପଶିଛି ନିଗୋଡି ସପନ 

କାହାକୁ କହିବି କୁହ ,

ଉଙ୍କି ମାରିଗଲା ଦଗ୍ଧଫଗୁଣଟା 

ପଳାସରେ ବୋଳି ରଙ୍ଗ 

ଖାଲି ପିଆଲାଟା ନିଠେଇ ଦେଖୁଛି 

ମଧୁଶାଳା କରେ ବ୍ୟଙ୍ଗ ।।

ତପନ ଦୀକ୍ଷିତ(ବେଳାଭୂମି) 31.1.2018

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy