STORYMIRROR

Sambit Srikumar

Romance Classics Fantasy

4  

Sambit Srikumar

Romance Classics Fantasy

ପୂର୍ଣ୍ଣଚ୍ଛେଦ

ପୂର୍ଣ୍ଣଚ୍ଛେଦ

1 min
219


ତୁମ ସହିତ ମୋ' ସମ୍ପର୍କରେ

ପୂର୍ଣ୍ଣଚ୍ଛେଦର ଦୀର୍ଘ ବିରାମ ଚିହ୍ନ

ଟାଣିବା କଣ ଏତେ ସହଜ

ନା ଏଇ ଆମରି ଇଚ୍ଛାଧୀନ ?

ତୁମ ସହିତ ସମ୍ପର୍କଟା ହିଁ ଏମିତି

ଯେ ଯେତେ ତୁଟାଇବାକୁ ଦୁହେଁ

ଚାହିଁଲେ ବି ପ୍ରତିଥର ଅସଫଳତା

ହିଁ ପ୍ରାପ୍ତ ହୁଏ ଦୁହିଁଙ୍କ ଅସାମର୍ଥ୍ୟରେ।

ତୁମର ସବୁ ଛଳନାର ହଳାହଳକୁ

ହସି ହସି ପାନ କରି ନୀଳକଣ୍ଠ

ପାଲଟିବାକୁ ମୁଁ ତ ସଦା ପ୍ରସ୍ତୁତ

ତୁମେ ବି ପାଲଟିଯାଅ ଜାହ୍ନବୀ

ଦେଖିବ ସଂସାରଟା କେତେ

ସୁନ୍ଦର ମଧୁମୟ ସତରେ!

ବିଶ୍ବାସ ଅବିଶ୍ଵାସ ପାପ ପୁଣ୍ୟ

ଧର୍ମ ଅଧର୍ମ ସବୁରି ସୀମାରେଖା

ତ ଯାଇଛି ମୁଁ ଲଂଘି ପ୍ରେମରେ ତୁମର

ଆଉ କିବା ଲୋଡ଼ା ତୁମ୍ଭକୁ

କେଉଁ ଚାରିତ୍ରିକ ପ୍ରମାଣପତ୍ର ମୋର?

ତୁମ ନିଠୁର ଆଘାତରେ

ପାଷାଣ୍ଡ ବିବର୍ଣ୍ଣ ଶିଳା ଖଣ୍ଡରୁ

ଅପରୂପ ସୌନ୍ଦର୍ଯ୍ୟର କମନୀୟ

ସ୍ଥାପତ୍ୟଟିଏ ତ ବନିଯାଇଛି ମୁଁ

ଆଉ କି ଡର ତୁମକୁ

ନା ତୁମ ପ୍ରତାରଣାକୁ

ନା ଏଇ ସମାଜକୁ?

ସମ୍ପର୍କରେ ବିରାମ ଚିହ୍ନଟିଏ

ଟାଣିଦେଲେ ଯେ ଜନ୍ମ ଜନ୍ମାନ୍ତରେ

ତୁମ୍ଭେ କି ପାରିବ ଦୂରେଇ

ମୋତେ ତୁମ୍ଭ ହୃଦୟରୁ?

ନା ମୁଁ ପାରିବି ମୋ ମନରୁ?

ଆମ ସମ୍ପର୍କରେ ଉତ୍ଥାନ ପତନ

ଜୁଆର ଭଟ୍ଟା ତ ଆସୁଛି

ଆଗକୁ ବି ଏମିତି ଆସୁଥିବ

ପୂର୍ଣ୍ଣଚ୍ଛେଦ ତ ଆପେକ୍ଷିକ ମାତ୍ର

ତମାମ ଜଟିଳତା ମନାନ୍ତର ସତ୍ତ୍ୱେ ବି

ଦୁହିଁଙ୍କର ବୈଚାରିକ ମତୈକ ହିଁ

ଆମ ସମ୍ପର୍କର ଧୃବ ସତ୍ଯ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance