ତୁଚ୍ଛ ମୋହ
ତୁଚ୍ଛ ମୋହ
ମୋର ମୋର ବୋଲି କେତେ ତୁ କହୁଛୁ
ମୋର ବୋଲି କିଛି ନାହିଁ,
ଆସିଥିଲୁ ଏକା ଯିବୁ ମଧ୍ୟ ଏକା
ଶୂନ୍ୟ ହାତେ ଯିବୁ ତୁହି ।
ମାଟିର କାୟାଟା ମାଟି ହେବ ଦିନେ
ଛ-ଖଣ୍ଡେ ନେବେ ଶ୍ମଶାନେ,
ଦାହ କରିସାରି ବ୍ୟସ୍ତରେ ବୋଲିବେ
ନରହିବା ଏଠି ଜଣେ ।
ଭାଇ ବନ୍ଧୁ ସଖା ନିଜର କୁଟୁମ୍ବ
ସାଥିରେ ଶ୍ମଶାନ ଯାଏଁ,
ବାର ପତ୍ର ପରେ ସବୁ ଭୁଲିଯିବେ
ମନେ ନରଖିବେ କିଏ ।
ବାଧ୍ୟ ଅବାଧରେ କାନ୍ଦୁଥିବେ ପୁଣି
ଲୋକଦେଖାଣିଆ ସତେ,
ବନ୍ଧୁ ବାନ୍ଧବଠୁ ଆରମ୍ଭ କରି ଯେ
ପୁତ୍ର ବଧୁ ଅଛି ଯେତେ ।
ସଂସାରଟା ଏକ ମାୟାର ଜଞ୍ଜାଳ
ସେହୁ ଗ୍ରାସିଅଛି ମନ,
ମାୟାର ଜାଲରେ ଫଶିକରି ତୁହି
କରୁ ଜୀବନକୁ ନ୍ୟୁନ ।
ସାଂସାରିକ ମୋହେ ପ୍ରୀତି ହୋଇକରି
ନିଜ ସ୍ୱାର୍ଥ ନିଜେ ଦେଖୁ,
କର୍ତ୍ତବ୍ୟ ଭୁଲାଇ କୃପଣ ହେଉଛୁ
ଲଭି ନପାରିବୁ ମୋକ୍ଷକୁ ।
