ଧରାଅନା ହାତେ କୋଡ଼ି କୋଦାଳ
ଧରାଅନା ହାତେ କୋଡ଼ି କୋଦାଳ
ସଂସାର ବନର ଫୁଲକଢ଼ ଆମେ
କୋମଳ କଳି କମଳ
ନବ ରବିକରେ ଫୁଟିବୁରେ ଦିନେ
ହାତେ ଧରାଅନା କୋଡ଼ି କୋଦାଳ ।
ଜୀବନର ଭାର କାନ୍ଧରେ ଥୋଇ
ପାଠ ବଦଳରେ କାମ କରାଇ
ସାଙ୍ଗ ସାଥି ମେଳ ସାରି ତ ଦେଲ
ଖେଳାବୁଲା ବେଳେ ବୋଝ ଲଦିଲ ।
ନାଚଗୀତ ସବୁ ପାଶୋରି ଦେଇ
ହାତେ ଝାଡୁ ପରା ଧରାଇ ଦେଲ
ପିଲାଦିନ ମୋର ହଜାଇ ଦେଇ
ଖୁସି ଯେତେ ସବୁ ଛଡାଇ ନେଲ ।
ରାସ୍ତାକଡ଼ରେ ଜୀବନ ବିତାଇ
ନିରାଶେ ଆଖିରୁ ଲୁହ ପୋଛଇ
ଆହାର ମୁଠିଏ ପାଇଁ ଧିକ୍କାର
ପାଇଅଛି ପ୍ରତିନିତି ଠୋକର ।
ଜୀବନରେ ଭରା ଅଛି ଅନ୍ଧାର
ଭବିଷ୍ଯତ ପରା ଅନେକ ଦୂର
ପେଟର ଭୋକରେ ମନ ଅସ୍ଥିର
ବିଦ୍ୟାଳୟ କାହିଁ କେତେ ଯେ ଦୂର ।
ଆମ ଅଧିକାର ଫେରେଇ ଦିଅ
ସୁନାର ଭାରତ ଗଢେଇ ନିଅ
ମୁକ୍ତିର ମଶାଲ ଆମେ ଜାଳିବୁ
ସୁରକ୍ଷିତ ହୋଇ ପାଠ ପଢିବୁ ।
