Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmananda Maharana

Action Classics Inspirational

4.0  

Dharmananda Maharana

Action Classics Inspirational

ଜାଗିଉଠ ଆରେ କଙ୍କାଳ

ଜାଗିଉଠ ଆରେ କଙ୍କାଳ

1 min
380


ଜାଗିଉଠ ଆରେ ଦୁର୍ବଳ କଙ୍କାଳ ଧର କରେ କରବାଳ

ଅସହାୟ ହୋଇ କାହିଁ ଲୋଟି ଅଛ ଅତ୍ୟାଚାରୀ ପାଦ ତଳ ।


ହାତରେ ମୁଷଳ ହୃଦୟେ ସାହାସ ଠୁଳ କର ଠୁଳ କର

ଆତତାୟୀଙ୍କର ନିଷ୍ଠୁର କ୍ରୁରତା ଦୂର କର ଦୂର କର .


ଅନ୍ୟାୟ ଅନୀତି ପରିପୃଷ୍ଟ ଏଠି ହନ୍ତସନ୍ତ ଧରାତଳ

ଜାଗି ଉଠ ଆରେ ଦୁର୍ବଳ କଙ୍କାଳ ଧର କରେ କରବାଳ ।।


ଆଜି ଏତେବେଳେ ମଉନ କାହିଁକି ବୀରତ୍ୱର ପେଡ଼ି ଖୋଲ

ଜାଗ୍ରତ ହୁଅରେ ଆଳସ୍ୟକୁ ତେଜି ମୁକତି ପଥରେ ଚାଲ ।


ଗୋରାଠୁ ଆରମ୍ଭି ମୋଗଲ ପର୍ଯ୍ୟନ୍ତ କେତେରାଜା ସେନାକେତେ

ପୂରୁବ ଗୌରବ ସାହସର ଗାଥା ଭୁଲି ଯାଇଛ କି ସତେ ।


ପ୍ରାକ୍ତନ ଭାରତେ ଶୋଷଣ ବିରୋଧୀ ମନେ ପକାଅ କଙ୍କାଳ

ଅସହାୟ ହୋଇ କାହିଁ ଲୋଟି ଅଛ ଅତ୍ୟାଚାରୀ ପାଦ ତଳ ।


କେତେଯେ ସହିବ ଅନ୍ୟାୟ ଅନୀତି ରକ୍ଷା କର ସ୍ୱାଭିମାନ

କାଳ ଇଙ୍ଗିତରେ ସବୁ ଲୁଚିଯିବ ଅମର ହୋଇବ ନାମ ।


Rate this content
Log in

Similar oriya poem from Action