STORYMIRROR

Dharmananda Maharana

Inspirational Children

4  

Dharmananda Maharana

Inspirational Children

ମାଟି ମାଆ ମହାନ

ମାଟି ମାଆ ମହାନ

1 min
218

ସରବ ସହଣୀ ତୁହି ଲୋ ଜନନୀ, ଅଟୁ ଶିକ୍ଷୟତ୍ରୀ ଧାତ୍ରୀ

ତୋହର ସେବାରେ ସଦା ତନ,ମନ, ଲାଗିଥାଉ ଦିବା ରାତି ।।


ଜନମ କାଳରୁ ଆଘାତ ଦେଇଛି, କ୍ଷତ ବିକ୍ଷତ ଶରୀର

ନିଜ ଛୁଆ ବୋଲି କ୍ଷମିଅଛୁ ତୁହି, ସବୁ ଦୋଷକୁ ମୋହର

କ୍ଷୁଧା,ରୋଗବ୍ୟାଧି ଚେର,ଫଳମୂଳ, ରଖିଛୁ କେତେ ସାଇତି

ତୋହର ସେବାରେ ସଦା ତନ, ମନ, ଲାଗିଥାଉ ଦିବା ରାତି ।।


ମନ ସୁଖ ଲାଗି ପର୍ବତ, ଝରଣା, ବନ, ହ୍ରଦ ରଖିଅଛୁ

କିପରି ତୋହର ରୁଣକୁ ଶୁଝିବି, ସଦା ଏ ମନ ଭାଳୁଛି ।।


ଆଜି ଏ ମଣିଷ ଦାନବ ସାଜିଛି, ପ୍ରକୃତିକୁ କରେ ନଷ୍ଟ

ତଥାପି ତୋହର ଦ୍ୱିଧା ନାହିଁ ଟିକେ, ସହିଯାଉ ସବୁ କଷ୍ଟ

ପ୍ରତିକୂଳେ ଭାଙ୍ଗି ନ ଯିବା ପାଇଁକି, ଦେ ଟିକିଏ ତୋ ଶକତି ।।

ସରବ ସହଣୀ ତୁହି ଲୋ ଜନନୀ, ଅଟୁ ଶିକ୍ଷୟତ୍ରୀ ଧାତ୍ରୀ ।।


ଶବ୍ଦ ନାହିଁ ପାଶେ ଗୁଣଗାନ ପାଇଁ, ତୋ ପରି ନାହିଁ(କେ)ମହାନ

ଆଜି ଶୁଭୁଛି ତୋ ଶୁଭୁଥିବ ମଧ୍ୟ, ଜୟ ଧ୍ୱନି ଜୟ ଗାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational