STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

ଆଜାଦ ହିନ୍ଦର ସ୍ରଷ୍ଟା ହେ ତୁମେ

ଆଜାଦ ହିନ୍ଦର ସ୍ରଷ୍ଟା ହେ ତୁମେ

1 min
126

ଆଜାଦ ହିନ୍ଦର ସ୍ରଷ୍ଟା ହେ ତୁମେ

ଅଜ୍ଞାତ ବାସରୁ ଆସ ଫେରି

ଅଗ୍ନି ସ୍ଫୁଲିଙ୍ଗେ ଉଲ୍ଲସିତ ହେଉ

ଏ ଦେଶ ଜନନୀ ବୁକୁ ଚିରି ll


ଭାସି ଉଠୁ ତଵ କଣ୍ଠର ସ୍ୱର

ଗଗନ ପବନ ଛୁଇଁ

ଝଙ୍କୃତ ହେଉ ତୁମରି ଆହ୍ୱାନ

ଦେଶ ସ୍ୱାଧୀନତା ପାଇଁ ll


ମାତୃଭୂମିର ମାଟି ଛୁଇଁ ତୁମେ

ଶପଥ କରିଛ ବୀର

ଯାଉ ଏ ଜୀବନ ଛାଡ଼ିବୁନି ଆମେ

ଉନ୍ନତ ରଖିବୁ ଶିର ll


ଆମେ ନୁହେଁ ପରା ଦୁର୍ବଳ ଜାତି

ଡରିବୁ ବ୍ରିଟିଶ ସେନା

କଦମ କଦମ ଆଗେଇ ଚାଲିବୁ

ଆତ୍ମ ଚିନ୍ତା ଏଠି ମନା ll


ଏକତାର ମନ୍ତ୍ରେ ମଶାଲ ଜାଳିବୁ

ଫେରିବେ ଫିରିଙ୍ଗି ଜାତି

ରକ୍ତ ବଦଳେ ରକ୍ତ ନିଗାଡ଼ି

ଦମ୍ଭ କରିଛୁ ଛାତି ll


ସ୍ୱାଧୀନତା ଆମେ ଦାନ ମାଗୁ ନାହୁଁ

ଛଡ଼ାଇ ନେବାକୁ ଚାହୁଁ

ଗୋଟିଏ ମାଆର କୋଟିଏ ସନ୍ତାନ

ଗର୍ବରେ ଆମେ କାହୁ ll 


ବିଛୁରିତ ହେଉ ଅଲିଭା ଆଲୋକ

ଚମକାଇ ସାରା ବିଶ୍ୱ

ଫିରିଙ୍ଗି ଫେରିବ ସ୍ୱଦେଶକୁ ତାର

ହେଇ ଅସହାୟ ନିଃସ୍ୱ ll 


ଦେଖିବ ଦୁନିଆ ନତ ମସ୍ତକେ

ଏ ଜାତିର ପରାକ୍ରମ

ଦର୍ପରେ ଆମେ ସହସ୍ର ବିଘ୍ନ

କରିଯିବା ଅତିକ୍ରମ ll 


ଶତୃ ଶୋଣିତେ ଧୌତ କରିବା

ମାଆ ମାଟି ଚରଣରେ

ଉଡ଼ାଇବା ଆମେ ଜୈତ୍ର କେତନ

ଭାରତମାତାର ଶିରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational