STORYMIRROR

Kalandi pal

Inspirational

4  

Kalandi pal

Inspirational

ଧନ ଓ ଧର୍ମ

ଧନ ଓ ଧର୍ମ

1 min
438


ଧନ  ଯଉବନ 

ସଂସାର ଜୀବନ

     ଅଟେ ସଦା କ୍ଷଣସ୍ଥାୟୀ

ଥାଉ ଧନ ଯେତେ

ଧରମର   ପଥେ

      ନ ଲାଗେ ମହତ୍ତ୍ଵ ନାହିଁ।।


ସ୍ବାର୍ଥ ହିଂସା ବାଦ

ଧନର  ସଙ୍ଗାତ

      ବନ୍ଧନ ତା ଦୃଢ଼ ଫାଶ

ଧନର ଉଚ୍ଚାଟେ 

ନର ତଣ୍ଟି କାଟେ

      ଭାଙ୍ଗି ଦିଏ କା'ର ବାସ।।


ଦୁଃଖରେ  ଅର୍ଜିତ

ଯେତେ ଧନ ସେତ

       ସୁଖେ ନୁହେଁ ପ୍ରୟୋଜନ

ଜାଣୁଛି ମାନବ

ଛାଡୁନି ସ୍ୱଭାବ

       ଦୁଃଖ ଭୋଗେ ଅକାରଣ।।


ଅରଜିବ ଧନ

କରିବ ଧରମ

      ପ୍ରପତ୍ ହୁଅନ୍ତି ହରି

ଭାଗବତ ଶିକ୍ଷା

ନ କରନ୍ତି ରକ୍ଷା

      ମୁଢ଼ ନର ଯାଏ ଭୁଲି ।।


ଥାଏ ଯେବେ ଧନ

ଅସହାୟେ ଦାନ

      କଲ୍ୟାଣ ତା ମୂଲ୍ୟବାନ

ଦାନ ଦକ୍ଷିଣାରେ

ଧନ ତ ନ ସରେ

      ବଢ଼ିଥାଏ ଦଶ ଗୁଣ ।।


ସୁପାତ୍ରରେ ଦାନ

ମହତ୍ତ୍ଵର  କାମ

      କୁପାତ୍ରେ ଅରଜେ ପାପ

ଆଶା କରିଥାଏ

କିଛି ତ ନ ପାଏ

      ଲିବିଯିବା ଆଗୁ ଦିପ।।


ଲୋଭେ ରଖେ ଧନ

ବୋଲନ୍ତି   କୃପଣ

      ଯକ୍ଷ ପୁଣି ଅନ୍ୟ ନାମ

ଶାନ୍ତିକୁ   ସିନ୍ଧୁକେ

ଚାବି ଦେଇ ଲୋକେ

       ଅଶାନ୍ତିକୁ ନିମନ୍ତ୍ରଣ।।


ଧର୍ମ  ସହଚର

ଏକାକୀ ପଥର

     ଧନଟି ଅଟେ ଅସାର

ଧନର   ଗଦାରୁ

ଦୁଃଖ ମହାମେରୁ

      ଧନ ପ୍ରତି ଲୋଭ ଯାର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational