Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ମନେ ରଖିବା ଜୀବନ ତତ୍ତ୍ୱ

ମନେ ରଖିବା ଜୀବନ ତତ୍ତ୍ୱ

1 min
270


ଦେଖ ସମାଜରେ ଅଛନ୍ତି ମଣିଷ 

ତିନି ପ୍ରକାର

କିଛି ତ କରନ୍ତି ଖାଲି ଅପକାର 

ଚିନ୍ତା ଅନ୍ୟର |୧|


ନିଜ ସହିତ ହେଉ ଉପକାର ମଧ୍ୟ 

ଅନ୍ୟ ମଣିଷର

ଚିନ୍ତା ଉପକାର ଅନ୍ୟର ଦୁଃଖ ହେଉ 

ପଛେ ନିଜର |୨|


ଚାଲ ଅଭିନୟ ନକରି ଆମେ ଭଲ 

ମଣିଷ ହେବା  

ମଣିଷ ସମାଜର ଉପକାର କଥା 

ଚିନ୍ତା କରିବା |୩|


କାରଣ

ସ୍ୱାର୍ଥରେ ମଗନ ଓ ବ୍ୟସ୍ତ ରହେ 

ସ୍ୱାର୍ଥପର ଜନ

ମନ ସ୍ୱାର୍ଥରେ ଶାନ୍ତି କେଉଁଠୁ 

ପାଇବ ତା ମନ |୪|


ସମସ୍ତେ ଯଦି ସ୍ୱାର୍ଥ ପଥରେ 

ହୋଇବେ ଅଗ୍ରସର

କେହି ଯଦି ନହେବ ସହାୟକ 

ଅନ୍ୟ ମାନବର |୫|


ନକରିବ ଯଦି କିଛି ମଣିଷକୁ 

ନିଜ ଆପଣାର

ସମାଜ ଚାଲିବକି ସମସ୍ତଂକୁ 

କରି ସାତପର |୬|


ଉତ୍ତମ ଲୋକ ଚାଲନ୍ତି ସତ୍ୟ ଧର୍ମ 

ନ୍ୟାୟ ପଥରେ

ନିଜେ ଦେଇଥିବା ବାଣୀକୁ ଲଗାନ୍ତି 

ସଦା କାର୍ଯ୍ୟରେ |୭|


ବାଣ୍ଟନ୍ତି ସେମାନେ ଆଲୋକ ଅନ୍ୟକୁ  

ଦୀପ ସମ ଜଳି

ଦୁନିଆର ରୂପ ସେଥି ପାଇଁ ତ ଦିଶେ 

ଝିଲ୍ଲିମିଲି |୮|


ମଣିଷତ୍ୱ ହଜିଯିବ ଯଦି ଭୂଲି ସରବ 

ମାନବିକତା ଧର୍ମ

ନିଶ୍ଚୟ ଲିପ୍ତ ହୋଇବ ମାନବ ସମାଜ 

ଘଟିଣ କୁକର୍ମ |୯|


ବଢିବ ଯଦି ସବୁ ଆସୁରିକ ଶକ୍ତି 

ଏଇ ସଂସାରରେ

କlଳର ରଶି ଲାଗିବ ସମସ୍ତ ଜନ

ଗଣଙ୍କ ଗଳାରେ |୧୦|


ମନେ ରଖିବା ସଦା ସର୍ବଦା ସକଳ 

ଘଟେ ନାରାୟଣ

ମଣିଷ ଦେହେ ଦିବ୍ୟଜ୍ଞାନ ଦେଖି 

ସନ୍ତୋଷ ଭଗବାନ |୧୧|


ବିଶ୍ୱାସ ଅଛି ଯଦି ଠାକୁର ପରା 

ସବୁ ସ୍ଥାନରେ ଅଛନ୍ତି

ପ୍ରତ୍ୟେକ ମଣିଷ ଦେହରେ ମଧ୍ୟ 

ବିଦ୍ୟମାନ କରିଥାନ୍ତି |୧୨|


ଆମ ଜଗନ୍ନାଥ ଧର୍ମର ଅର୍ଥ 

ମଣିଷର ଉପକାର କରିବା  

ଉପକାର ଚିନ୍ତା କରିବା ଓ ଉପକାର 

ପାଇଁ କାର୍ଯ୍ୟ କରିବା |୧୩



Rate this content
Log in

Similar oriya poem from Inspirational