ଶବ୍ଦାତ୍ମା
ଶବ୍ଦାତ୍ମା
ଶବ୍ଦର ନାହିଁ ହାତ ପାଦ
ତଥାପି ଆଘାତ କରେ
କ୍ଷତାକ୍ତ ରକ୍ତାକ୍ତ କରେ
କେବେ ଲଗାଏ ଔଷଧ ଗଦ ।
ଶବ୍ଦର ନାହିଁ ରୂପ ରଙ୍ଗ ରାଗ
ତଥାପି ଧ୍ୟାନ ଆକର୍ଷେ
ମାନ ସମ୍ମାନ ବରଷେ
କେବେ ଖୁଣ୍ଟା ମାରି ଥୁଣ୍ଡା ଅନୁରାଗ ।
ଶବ୍ଦ ତୀର ଭଳି ଆସେନା ଫେରି
ତଥାପି ପ୍ରେମ ସନ୍ଦେଶ ଅଙ୍କୁରେ
ମନ ମଗଜରେ ବସାବାନ୍ଧେ ଅନ୍ତରେ
କେବେ କଟି ପଡିଥାଏ ରାଗରୋଷା ଡୋରୀ ।
ଶବ୍ଦ ଭାବନା ଚେତନାର ଜାଗରଣ
ତଥାପି ଜୀବନରେ କଳୁଷ ବିଦ୍ଵେଷ
କଳି ତକରାଳ ଯୁଦ୍ଧ ତାଣ୍ଡବ ଧ୍ଵଂସ
କେବେ ବିଞ୍ଚିଦିଏ ସୁଧାମୃତ ଅକାରଣ ।
ଶବ୍ଦ ହେଉ ଯୋଡିବାର ଶକ୍ତ ପ୍ରଲେପ
ଶତ୍ରୁରୁ ମିତ୍ର ବନିବାର ମହାର୍ଘ ପ୍ରଦୀପ
ଆକ୍ରାନ୍ତ ତନ ମନକୁ ଦେଉ
ଶୀତଳ ନିର୍ମଳ ଅମ୍ଳଜାନ ଉତ୍ତାପ
କେବେ ନ ବାଣ୍ଟୁ କଟୁତା କୃରତା
ମିଛ ଅସ୍ଫାଳନରେ ଗଡୁଥିବା ମଦ୍ୟପ ।