STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

କାଳିଆକୁ ହେଲା ଜ୍ୱର

କାଳିଆକୁ ହେଲା ଜ୍ୱର

1 min
245

ଶୁଣିଲଣି ଭାଇ ଅପୂର୍ଵ କଥା ଏ 

ଶିରିକ୍ଷେତ୍ର କଳା ହାତୀ l

ଗମ୍ଭୀରା ଭିତରେ ଶୋଇ ରହିଅଛି 

ଦେହରେ ଭୀଷଣ ତାତି ll


ଖରା ଗ୍ରୀଷମରେ କଷଣ ଲଭିଲା 

ଶ୍ରୀକ୍ଷେତ୍ର ମଉଡ଼ମଣୀ l

ସ୍ନାନ ବେଦୀପରେ ସ୍ନାନ କଲା ଢାଳି 

ହୋଇ ଗରା ଗରା ପାଣି ll


ମହାପ୍ରଭୁ ଯେବେ ଜରରେ ଶୋଇବେ 

କି ହେବ ଜଗତ ଗତି l

ସଅଳେ ଆରୋଗ୍ୟ ଲାଭ ପାଇଁ ପ୍ରଭୁ 

ଲାଗିଛନ୍ତି ଦୈତାପତି ll


ଫୁଲରୀ ତେଲରେ ମାଲିଶ ଚାଲିଛି 

ପଥ୍ୟ ଅଣସର ପଣା l

ପଞ୍ଚ ଉପଚାରେ ନିଦାନ ଚାଲିଛି 

ଦଶ ମୂଳ ହୋଇ ଅଣା ll


କି ଲୀଳା ଲଗାଏ ଲୀଳା ବିହାରୀ ସେ 

ତାହା କଥା ତାକୁ ଜଣା l

ଦ୍ୱାପର ଯୁଗରେ ଏହିପରି ଦିନେ 

କାଢ଼ି ଥିଲା ସେ ପେଖନା ll


ଜ୍ୱର ହୋଇଥିଲା ଶ୍ରୀକୃଷ୍ଣ ଚନ୍ଦ୍ରଙ୍କୁ 

ଉଦ୍ଧବ ଦେଲେ ଔଷଧ l

ଶିରେ ହୋଇ ବୋଳି ଜର ପଳାଇଲା 

ଧୂଳି ଗୋପୀଙ୍କର ପାଦ ll


ମହାପ୍ରଭୁ ଆମ୍ଭେ ଗୁହାରି କରୁଛୁ 

ଶୀଘ୍ର ସୁସ୍ଥ ହୁଅ ହରି l

ଦରଶନ ଦିଅ ପତିତ ଜନଙ୍କୁ 

ଦୀନବନ୍ଧୁ ଦଇତାରୀ ll



Rate this content
Log in

Similar oriya poem from Inspirational