STORYMIRROR

Krushna Chandra Lenka

Inspirational

4  

Krushna Chandra Lenka

Inspirational

ଭୃଣ ହତ୍ୟା:ମହାପାପ

ଭୃଣ ହତ୍ୟା:ମହାପାପ

1 min
367

ବର ଜୀବ ଭାଳି ଗଢ଼ିଚି ବିଧାତା

  ତତେ ପରା ଏଇ ବିଶ୍ୱେ 

ବିବେକ ବିଚାର ବୁଦ୍ଧି ଥାଇ ତୋର

 ମନ୍ଦ ବୁଦ୍ଧି କାହିଁ ଆସେ!


କନ୍ୟା ବୋଲି ଜାଣି କଲୁ ହତ୍ୟା ଭୃଣ 

  କେଡେ ତୁ ନିଷ୍ଠୁର ସତେ 

ଭାଳି ନାହୁଁ ତିଳେ ସେଇ କନ୍ୟା ବଳେ

  ମିଳନ୍ତା ଯେ ଯଶ କେତେ?


ସାଧାରଣ ଏକ ନୁହଁଇ ସେ କନ୍ୟା

  ଅଟେ ସେ ମହା ରତନ 

ମହିୟସୀ କାହିଁ ନହୋଇବ ସେହି

  କଲେ ହେଁ ତାରେ ଯତନ।


ରାଣୀ ଲକ୍ଷ୍ମୀବାଇ ଅବା ସରୋଜିନୀ

  କଳ୍ପନା ଚାୱାଲା ପରି 

ଜନମି ତୋ କୋଳେ ବଢି ମାଟି ବଳେ

  ବଢାନ୍ତା ଏ ଦେଶ ଶିରୀ।


ମାତ୍ର ତୁ ଏମନ୍ତ  କଲୁ କାହିଁ ସୁତ

  କା'ର ହୀନ ବୁଦ୍ଧି ବଳେ 

କନ୍ୟା ଭୃଣ ମାରି ତୋ ସନ୍ତାନ ହାରି

  କଲୁ ନାହିଁ ଦୁଃଖ ତିଳେ।


କେଡେ ମହାପାପ କଲୁ ତୁହି ବାପ

  ନାହିଁ ଯା'ର ପ୍ରାୟଶ୍ଚିତ 

ସେଇ ପାପ ବଳେ ଏଇ ମହୀ କୋଳେ

  ଭୋଗିବୁ କ୍ଳେଶ ବହୁତ।


ତୋର ପୁଅ ପାଇଁ ବଧୂଟିଏ ଯହିଁ

  ଲୋଡିବୁ ତୁ ଏଠି ଦିନେ 

ଭ୍ରମି ବାର ଦ୍ୱାରେ ହୋଇଲେ ହତାଶ

  ସେକାଳେ ବୁଝିବୁ ମନେ।


ଭାଳିଲେ ସେକାଳେ କିସ ଆଉ ମିଳେ

  ତୋର ସେ କରମ ପାଇଁ 

ଅରଜିଚୁ ଯାହା ପାଇବୁ ତୁ ତାହା

  ଅନ୍ୟ ଗତି କିଛି ନାହିଁ।


ବେଳ ଥାଇ ଧନ ହୁଅ ସାବଧାନ

 ଛାଡିଣ ମନ୍ଦ ପ୍ରବୃତ୍ତି 

ନୋହିଲେ ଭୁବନେ ଲୋପ ହେବ ଦିନେ

  ତୋର ଏ ମଣିଷ ଜାତି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational