Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅଭିନନ୍ଦନ

ଅଭିନନ୍ଦନ

1 min
312


ନମନ, ବନ୍ଦନ, ଅଭିନନ୍ଦନ, 

ଦ୍ରୌପଦୀ ତୁମେ ଧନ୍ୟା

ସ୍ପନ୍ଦନ ଯାଗେ ପରାଣେ ପରାଣେ 

ଧନ୍ୟ ହେ ବହ୍ନି କନ୍ୟା l


ଜନକ ଜନନୀ ଧନ୍ୟ ତୁମରି 

ଧୂଳି ମାଟିରେ ଗଢ଼ି

ଧନ୍ୟ ତୁମେ ଯୋଗ୍ୟା କନ୍ୟା 

ଶିଖିଲ ଶିଖର ଚଢ଼ି l


ଜୀବନେ କରି ମାନବର ସେବା 

ବ୍ରତ ସୁକୃତ ରାଶି

ମହାଭାରତେ ଆଦର୍ଶ ସେହି 

ଯାଜ୍ଞସେନୀ ମହିୟସୀ l


ପ୍ରାଞ୍ଜଳ ତୁମ ଜନ ସେବା ପୁଣି 

ନିର୍ମଳ ରାଜନୀତି

ମହିୟସୀ ତୁମେ ବାସ ରଚିଛ

କୋଟି ହୃଦୟେ ନିତି l


ମାନବ ଜୀବନ ନୁହଁଇ କେବଳ 

ଦିବା ନିଶି ବର୍ଷ ମାସ

କର୍ମବଳେ ଦିନେ ସେବାଧର୍ମୀ ସେବା 

ନିଶ୍ଚୟ ଲଭେ ପ୍ରକାଶ l


ତୁମ ଲାଗି ଭଗ୍ନୀ ଗର୍ବିତ ସର୍ବେ 

ପୁଲକିତ ତନୁ ମନ

ମହନୀୟା ତୁମେ ଉତ୍କଳ କନ୍ୟା 

ଅଭିନନ୍ଦନ ଘେନ l


Rate this content
Log in

Similar oriya poem from Inspirational