Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅଲାରନାଥେ

ଅଲାରନାଥେ

1 min
323


ଅଲାରନାଥେ ହେ ଅଲାରନାଥେ

କୁହ ପ୍ରଭୁ ତୁମ୍ଭେ ଅଛ କେମନ୍ତେ l


କାଳିଆ ଶୋଇଲା କୀଳିଣୀ କିଳି

ଭକତେ ଲଗାନ୍ତି ପୀଠେ ଗହଳି l


ବ୍ରହ୍ମ ବନେ ପ୍ରଭୋ ବାସ ତୁମ୍ଭରି

ବ୍ରହ୍ମା ଥାପି ଥିଲେ ଯତନ କରି l


କ୍ଷେତ୍ରବରେ ତୁମ୍ଭେ ଆଦି ଦେବତା

ପୂରାଣ ବଖାଣେ ତୁମ୍ଭରି କଥା l


ଜଗା କାଳିଆଙ୍କ ଦେଖା ନପାଇ

ଆସି ଥିଲେ ଦିନେ ଭକ୍ତ ନିମାଇଁ l


ପଥରେ ଶୋଇଲେ ତୁମରି ଆଗ

ରହି ଗଲା ଶିଳା ଖଣ୍ଡରେ ଦାଗ l


ବ୍ରାହ୍ମଣ ବାଳକେ ସଙ୍ଗାତ କରି

ଯତନେ ଖାଇଲ ଚାଉଳ ଖିରୀ l


ଦେଖାଇଲ ଶିରି ଅଙ୍ଗ ଫୋଟକା

ବ୍ରାହ୍ମଣ ହୋଇଲେ ଅତି ତାଟକା l


ଆଲବନ୍ଦାଚାର୍ଯ୍ୟ ଆସିଲେ ପୁଣି

ଦର୍ଶନ ନ ପାଇ ଶ୍ରୀକ୍ଷେତ୍ର ମଣି l


ଚାରି ଭୁଜ ବିଷ୍ଣୁ ରୂପ ଦେଖାଇ

ତୋଷିଲ ସାଇଁ ସେ ଭକତସାଇଁ l


ଅଣସର କାଳେ ତୁମ୍ଭ ଦର୍ଶନେ

ଭକ୍ତ ମନ କଥା ଶୁଣୁ ତୁ କାନେ l


କେଉଁକାଳୁ ବିଜେ ବ୍ରହ୍ମ ଗିରିରେ

ଭକତ ସନ୍ତୋଷ ଖଣ୍ଡ ଖିରୀରେ l


ମହାବିଷ୍ଣୁ ମୋର ପ୍ରଣାମ ଘେନ

ଶରଣ ପଶିଲା ଦୃଢ଼େ ଅଜ୍ଞାନ ।


Rate this content
Log in

Similar oriya poem from Inspirational