STORYMIRROR

Kalandi pal

Inspirational

4  

Kalandi pal

Inspirational

ଲକ୍ଷ୍ମୀଙ୍କ ବିଷାଦ

ଲକ୍ଷ୍ମୀଙ୍କ ବିଷାଦ

1 min
343


ଶୁଣଲୋ ବିଶାଖା ବରଦା ଲଳିତା

ଆସୁଛନ୍ତି ପ୍ରଭୁ  ଜଗତ କରତା 

  ଦୁଆର କିଳଲୋ ଯାଇ 

ରହିଥାନ୍ତୁ ପ୍ରଭୁ ସେ ସିଂହ ଦୁଆରେ

  ଦେଉଳରେ କାର୍ଯ୍ୟ ନାହିଁ 

ସଖି ଲୋ ଦୁଆର କିଳଲୋ ଯାଇ ।0।


ଛାଡ଼ିଗଲେ ମୋତେ ନେଲେ ନାହିଁ ସାଥେ

ଭାଇ ଭଉଣୀଙ୍କୁ  ନେଲେ ପୁଣି ରଥେ

   କି ଦୋଷ କରିଲି ମୁହିଁ 

ହାତ ଧରିଥିଲି    କି ସୁଖ ପାଇଲି

   ଅପବାଦ ସୀମା ନାହିଁ 

ସଖି ଲୋ ଦୁଆର କିଳଲୋ ଯାଇ ।୧।


ନଅ ବର୍ଷ ସମ   ଲାଗେ ନଅ ଦିନ

ଘଡିଏ ଅନ୍ତର  ହେଲେ ମୋ ନୟନ

  ଅନ୍ଧୁଣି ପ୍ରାୟ ଦିଶଇ 

କେମିତି କେଜାଣି କାହା ପ୍ରେମେ ପୁଣି

  ମନୁ ଭୁଲିଲେ ଗୋସାଇଁ  

ସଖି ଲୋ ଦୁଆର କିଳଲୋ ଯାଇ ।୨।


ଆଣିଥାନ୍ତୁ ସାଥେ  ପାଟ ଓ ଖଣ୍ଡୁଆ

ଦାମିକା ଦରବ   ମନ ମତାଣିଆ

  ରସଗୋଲା ଭାରେ ନେଇ 

ଭାବିଛ କି ମନ   ବଦଳିବ ଧନ

   ଯେତେ ଦୁଃଖ ଦେଲ ରହି 

ସଖି ଲୋ ଦୁଆର କିଳଲୋ ଯାଇ ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational