STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଧନ ଓ ଧର୍ମ

ଧନ ଓ ଧର୍ମ

1 min
303


ଧନ ଆହରଣ କରିବା କଠିନ

କେତେ କଷ୍ଟ ଏଥି ପାଇଁ

କରଇ ମଣିଷ କେତେ ଫନ୍ଦି କରେ

ନିଜର ଲହୁ ବୁହାଇ ।


କେତେ ଲାଞ୍ଚ ନିଏ ଖଚ ମିଛ କହେ

ଧନ ଅରଜିବା ପାଇଁ

ନ୍ୟାୟ ପଥେ ରହି ଧନ ଆହରଣ

କରିବା କଥା ଭୁଲଇ ।


କେଡେ ମଜା ଲାଗେ ଧନ ସଂଗ୍ରହରେ

ଅଭିବୃଦ୍ଧି ତାର ହୁଏ

ଆହରଣ କର୍ତ୍ତା ଧନ ଦେଖି ଦେଖି

ମହା ଆନନ୍ଦରେ ରହେ ।


ଧନ ସଂରକ୍ଷଣ ଅଧିକ କଠିନ

ଧନ ଆହରଣ ଠାରୁ

ଯେଉଁଠି ରଖିଲେ ଭୟ ରହିଥାଏ

କାଳେ ସେ ଯିବ ହାତରୁ।


ଘରେ ରଖିଥିଲେ ପତ୍ନୀ ପୁତ୍ର କନ୍ୟା

କିଏ କାଳେ ଯିବେ ନେଇ

ତାଲା ଦେଇ ତାକୁ ରଖିଲେ ବି ସୁଦ୍ଧା

ଚୋର ଭୟ ଥାଏ ରହି ।


ଘରଲୋକ ପାଇଁ ତାଲା ସିନା ପଡେ

ଚୋର ଭାଙ୍ଗେ ଆଲମୀରା

ବ୍ୟାଙ୍କ୍ ରେ ରଖିଲେ ଲାଗୁ ଥାଏ ଭୟ

ଟିକସ ଲାଗିବ ପରା ।


ଧନ କେଉଁପରି ଅରଜିବ ଭାଇ

ଶୁଣ ଏବେ ଦେଇ ମନ

ଅନ୍ୟାୟରେ ଧନ ଅରଜିବା ପାଇଁ

କେବେ ନ ବଳାଅ ମନ ।


ନ୍ୟାୟ ପଥେ ରହି ଧନ ଅରଜନ

କର ମୋ ଭାଇ ଭଉଣୀ

ମନରେ ତୁମର ଭୟ ନରହିବ

ଶଙ୍କା ନ ରହିବ ପୁଣି ।


ସେ ନ୍ୟାୟ ଅର୍ଜନ ଧନରୁ ଧରମ

କରମେ ଲଗାଅ କିଛି

ମନରେ ରହିବ ସଦା ଶାନ୍ତି ତୁମ

ଧର୍ମ ପଥ ନିଅ ବାଛି ।


ଧନ ଅରଜିଲେ ଧରମ କରିବ

ଧରମରେ ନରହରି

ପ୍ରାପତ ହୁଅନ୍ତି ଭାଗବତ ବାଣୀ

ସନ୍ଦେହ ନାହିଁ କାହାରି ।


ଅଧର୍ମର ବିତ୍ତ ବଢଇ ବହୁତ

ଗଲାବେଳେ ମୂଳସହ

ଯାଇଥାଏ ଚାଲି ମନେ ଥିବ ଧରି

ଏଥିରେ ନାହିଁ ସନ୍ଦେହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational