Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଝାନ୍ସୀରାଣୀ

ଝାନ୍ସୀରାଣୀ

1 min
288


ଫରଫର ଉଡ଼େ ଆମ ତ୍ରିରଙ୍ଗା l

ତରଳ ତରଙ୍ଗେ ବହୁଛି ଗଙ୍ଗା ll


ଆମ ସୌର୍ଯ୍ୟବୀର୍ଯ୍ୟ ବୀରତ୍ୱ କଥା l

ଇତିହାସେ ଲେଖା ଆମ ବୀରତା ll


ଝାନ୍ସୀରାଣୀ କଥା ପଡ଼ିଲେ ମନେ l

ପୁଲକ ଜାଗଇ ହୃଦୟେ ପ୍ରାଣେ ll


ଛବିଲି ନାମେ ସେ ବୀରା ବାଳିକା l

ରକତେ ଆଙ୍କିଲା ଅଲିଭା ଟୀକା ll


ଅସୀ ହସ୍ତେ ବିଜେ ସେ ରଣଚଣ୍ଡୀ l

ଆଣ୍ଟେ ଧରି ଅଛି ଘୋଡ଼ାର ତୁଣ୍ଡି ll


ପୃଷ୍ଠେ ବାନ୍ଧି ନେଇ ଶିଶୁ ଅଜ୍ଞାନେ l

ବ୍ରିଟିଶ ବିରୁଦ୍ଧେ ମାତିଲା ରଣେ ll


ଖଣ୍ଡା ବୁଲେ ହାତେ ବଡ଼ ଦୁର୍ଦ୍ଦଣ୍ଡୀ l

ସାକ୍ଷାତେ ଅମ୍ବିକେ ସମର ଚଣ୍ଡୀ ll


ସାଥେ ଅଛି ଭାଇ ଚାଖି ଖୁଣ୍ଟିଆ l

ଜଗନ୍ନାଥେ ନିଶ୍ଚେ ଆମର ସାହା ll


ଝାନସୀକୁ କିଏ ନେବରେ କାଢ଼ି l

ରକତ ପିଇବି ଶେଣ୍ଡାକୁ ମୋଡ଼ି ll


ବହୁତେ ଲଢ଼ିଲା ବାହୁକୁ ତୋଳି l

ବ୍ରିଟିଶ ଗୋଳାରେ ପଡ଼ିଲା ଟଳି ll


ଅଠର -ଶ -ସତାବନ ମସିହା l

ଲିଭିଗଲା ଲକ୍ଷ୍ମୀବାଇଙ୍କ ରାହା ll


ଲକ୍ଷ୍ମୀବାଇ ସେହି ଝାନସୀ ରାଣୀ l

ଅମର ତା ଦେଶପ୍ରେମ କାହାଣୀ ll


ମଥା ନତ ହୁଏ ତା ପାଦେ ସ୍ୱତଃ l

ବୀରାଙ୍ଗନା ଶ୍ରେଷ୍ଠା ଦେଶ ଭକତ ll



Rate this content
Log in

Similar oriya poem from Inspirational