Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ସତ୍ୟ ତୁମ ନାମ

ସତ୍ୟ ତୁମ ନାମ

1 min
364



 ମିଛ ଏ ସଂସାର ଦେଇଛ ଠାକୁର 

  ମିଛ ଏ ସଂସାର କର୍ମ 

ତୁମେ ଏକା ସତ୍ୟ ସବୁ ତ ଅସତ୍ୟ

   ସତ୍ୟ ତୁମ ନାମ ଧର୍ମ

  ପ୍ରଭୁ ଶରଣ ପଶେ ଅଧମ !0!


ବାଟରେ ବାଟୋଇ ମନେ କି ରଖାଇ

  ବିଶ୍ରାମେ ଯେ ବୃକ୍ଷ ତଳ

ପିତାମାତା ପୁତ୍ର   ଦୁହିତା କଳତ୍ର 

  ସଖା ବନ୍ଧୁ ସହୋଦର 

ସୁଖ ବେଳ ସାଥୀ ଦୁଃଖରେ ନ ଯାନ୍ତି

  ଏକା ଯାଏ ସାଥେ କର୍ମ !୧!


ସ୍ନାହାନେ ପବିତ୍ର  ନୁହେଁ କେବେ ଗାତ୍ର 

  ପବିତ୍ର ତୋ ନାମ ରସେ 

କାହିଁକି ବାନ୍ଧିଲ   ଏ ମିଛ ଜଞ୍ଜାଳ

  କର୍ମ ଫାଶେ ଭୁଲି ବସେ 

ଖୋଲି ଦେ ବନ୍ଧନ  ହେ ଚକାନୟନ 

  ନେଇ ଯାଅ ତୁମ ଧାମ !୨!



Rate this content
Log in

Similar oriya poem from Inspirational