Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚିନ୍ତିତ ମହାଲକ୍ଷ୍ମୀ

ଚିନ୍ତିତ ମହାଲକ୍ଷ୍ମୀ

1 min
298


ମହାଲକ୍ଷ୍ମୀ ବୋଲୁଛନ୍ତି ଶୁଣ ବିମଳେଇ

ପ୍ରଭୁ ମୋହର କଥାକୁ କର୍ଣ୍ଣ ଦେଲେନାହିଁ l


ବିଷମ ଗ୍ରୀଷମେ ପ୍ରଭୁ ହୋଇ ବିଳିବିଳି

ଚନ୍ଦନକେଳି କରିଲେ ନରେନ୍ଦ୍ରରେ ବୁଲି l


ଆସି ସ୍ନାହାନ କରିଲେ ସୁନା କୂଅ ପାଣି

ଶହେଆଠ ଗରା ଭଗ୍ନୀ ରଖିଥାଅ ଜାଣି l


ଶୋଇଛନ୍ତି ଏବେ ବୁଢ଼ାକମ୍ବଳ ଘୋଡ଼େଇ

ଶହେ ଛଅ ଜ୍ବରେ ଦେହ ଫୁଟୁଅଛି ଖଇ l


ଆଠଦିନ ହେଲା ନାଥେ ନଖାଆନ୍ତି କିଛି

ଭଉଣୀ କି କରିବି ମୋ ମୁଣ୍ଡ ବୁଲାଉଛି l


ବିମଳା ବୋଇଲେ ତହୁଁ ଶୁଣ ଠାକୁରାଣୀ

ବ୍ରଜପୁରୁ ଡାକିଆଣ ଗୋପୀ ଡାକ୍ତରାଣୀ l


ପୁରୁଣା ଘିଅ ଠେକିଏ ସଙ୍ଗେ ଆଣିଥିବେ

ଅଦା,ଶୁଣ୍ଠୀ,ପିପ୍ପଳୀରେ ଓଷୁଅ କରିବେ l


ନିଶୁଆ ତେଲିର ଘରୁ ଫୁଲରୀର ତେଲ

ମାଲିଶହୋଇବେ ପ୍ରଭୁ ବଇଦରେ ଗେଲ l


ବଳଙ୍ଗାରୁ ଘେନି ଆସ ଭେଜି ବାଇଗଣ

ଭାଜି ଖୁଆଇଲେ ଯିବ ଅରୁଚିଆ ପଣ l


ଖାଇବାକୁ ଦେବ ଖାଲି ଘିଅର ଖେଚୁଡ଼ି

ଦୁଇଦିନେ ପ୍ରଭୁ ବସି ଯିବେ ଅଣ୍ଟା ଭିଡ଼ି l


ଅଣସର ପଣା ପାନୀୟ ତାଙ୍କୁ କରି ଦେବ

ଚୁଆ, ଚନ୍ଦନ, କର୍ପୁରେ ବାସ ଛୁଟୁଥିବ l


ଦଇତାପତିଙ୍କୁ ଆଜ୍ଞା ଦେବ ସିନ୍ଧୁ ଜେମା

ଘଷା,ମାଲିଶରେ ହେଳା କରିବେନି ଜମା l


ହଉଲୋ ଭଉଣୀ ତୋର କଥା ମୁଁ କରିବି

ପ୍ରଭୁ ସୁସ୍ଥ ହେଲେ ହର ଗଉରୀ ପୂଜିବି l


କେତକୀ, ଅରଖ ପୁଷ୍ପେ ପୁଜି ପଞ୍ଚାନନ

ବ୍ରାହ୍ମଣଙ୍କୁ ଦେବି ନିଶ୍ଚେ ସୁମିଷ୍ଟ ଭୋଜନ l


ଭକ୍ତଙ୍କୁ ତୋଷିବି ମୁହିଁ ଛପନ ଭୋଗରେ

ରାଧାଦାମୋଦର ହରି ହରେକୃଷ୍ଣ ହରେ l


Rate this content
Log in

Similar oriya poem from Inspirational