ଭୃଣହତ୍ୟା
ଭୃଣହତ୍ୟା
ଦିନ ପରେ ଦିନ ମାସ ପରେ ମାସ
ଗଡ଼ିଯାଏ ଯେତେ ବରଷ
ମାଆ କୋଳେ ସେ ଥାଇ
ଭାବୁଥିଲା କେତେ ହରଷ ll ୧ ll
ମନରେ ସେ କେତେ ହେଉଥିଲା ଭାଳି
ଜନମ ଆଗରୁ ଦେଲ ଅଭିଶାପ
ତା' ହସ ଖୁସିର ସପନକୁ ଜାଳି
କରିଛ କି କେବେ ଅନୁତାପ ? II ୨ ll
ସୁନା ଝିଅ ପରି ଜନମ ଲଭି
ପାଇ ଶିକ୍ଷା ଦୀକ୍ଷା ସଂସ୍କାର
ସମାଜ ହିତରେ ଜୀବନ ଦେଇ
ଅନିଷ୍ଟ କରନ୍ତା ନାହିଁ ତୁମର ll ୩ ll
ତା' ଆଖିରୁ ଲୁହ ଝରାଇ
କୁହ ତୁମେ କେତେ ପାଇଲ ସୁଖ
ତା' ଜୀବନକୁ କେତେ ଯେ କନ୍ଦାଇ
ପୂରିଲା ନାହିଁ କି ତୁମ ଭୋକ ? lI ୪ ll
ତା' ସୁରକ୍ଷା ଆମେ ଦେଇ ପାରୁନାହୁଁ
କହୁ ବଡ ବଡ କଥା
ହେଲେ ସେ କେମିତି ସମାଜେ ବଞ୍ଚିବ
ନ ଥାଏ କାହାର ଚିନ୍ତା ll ୫ ll
ତୁମେ ପରା କୁହ କନ୍ୟା ରତ୍ନ ବୋଲି
କୁହ ତୁମେ କନ୍ୟା ମୁକ୍ତା
ହେଲେ ସେହି କନ୍ୟାକୁ ଆଜି
କରୁଅଛ କାହିଁ "ଭୃଣହତ୍ୟା" ? II ୬ ll