Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Tragedy Inspirational

4.0  

Chinmaya Nayak

Tragedy Inspirational

ବୃଦ୍ଧ ବାପା ମା'ର ଅନ୍ତର କଥା

ବୃଦ୍ଧ ବାପା ମା'ର ଅନ୍ତର କଥା

1 min
145


   ସପନ ଆମର ପାଉଁଶ ହେଲାଣି

    ମନକଥା ଯାହା ମନରେ

   ତୁମରି ଦେହରେ ଡ଼େଣା ଲାଗିବାଠୁଁ

    ହେଇଛୁ ଆମେ ତ ହୀନରେ l


   ଆମ ମେରୁଦଣ୍ଡ ବଙ୍କା ହୋଇଲାଣି

    ଭିଡ଼ ନାହିଁ ଆଉ ଅଣ୍ଟାରେ  

   ଆଖି ଦୁଇ ମିଞ୍ଜି ମିଞ୍ଜି କରିଲାଣି 

     ଦିଶୁ ନାହିଁ କିଛି ଦିନରେ l 


   କାନ୍ଦରେ ଆସ୍ଥାନ କାନ୍ଦରେ ପ୍ରସ୍ଥାନ 

    ଆହା ପଦେ ଟିକେ କୁହରେ  

   ପଶୁଠାରୁ ହୀନ ପଥରର ପ୍ରାଣ 

    ଜୀଇଁଥାଉ ଦିଅ ମାରିରେ l 


   ଭବିଷ୍ୟତ ତୁମ ଗଢ଼ି ଦେଇଥିଲୁ 

    ଏଇ ଆମ ଶୁଖିଲା ଥନରେ 

   ସରି ଆସିଲାଣି କାଳ ବେଳ ଆମ 

     ଦୁହିଁଙ୍କୁ ଟିକିଏ ଅନରେ l 


   କେଉଁ ପୁଣ୍ଯ ତୁମେ ଅରଜି ଆଣୁଛ 

    ମନ୍ଦିରକୁ ଦେଇ ଦାନରେ  

   ଜାଣି ଗଲୁଣି ଆମେ ତୁମ ଅନ୍ତରେ 

    ତିଳେ ହେଲେ ନାହିଁ ଥାନରେ l 


    ସୁକର୍ମ ବଳରେ ବଳିୟାନ ହୁଅ 

    କୁକର୍ମେ ହୋଇବ ଲୀନରେ  

   ଆସ ହେ ଈଶ୍ୱର ନେଇଯାଅ ଆମକୁ 

    ମିଶାଇ ଦିଅ ଏ ଶୂନ୍ୟରେ l 



Rate this content
Log in

Similar oriya poem from Tragedy