STORYMIRROR

K. Nirmal

Tragedy

3  

K. Nirmal

Tragedy

ପୁରୁଣା ପ୍ରେମର କାହାଣୀ

ପୁରୁଣା ପ୍ରେମର କାହାଣୀ

1 min
13.3K


"ଆ" କବିତା

◆◆◆


ଆସିଥିଲା ଜଣେ ହୃଦୟେ ମୋହରି

ପ୍ରେମ ରଙ୍ଗ ଭରି ଦେଇ,

ଜୀବନରେ ଖୁସି ଭରି ଦେଲା ସେ ତ

ସପନ ରାଇଜେ ନେଇ।୧।


ଆଜି ଯେବେ କେବେ ମନେ ପଡ଼େ ସେହି

ପୁରୁଣା ପ୍ରେମ କାହାଣୀ,

ମନରେ ମୋହର ବେଦନାର ଭାର

ହୃଦୟ ଦେଉଛି ହାଣି।୨।


ଆଉଥରେ କଣ ଫେରି ମୁଁ ପାଇବି

ହଜିଲା ଦିନର ସ୍ମୃତି,

ପ୍ରେମ ଦୁନିଆକୁ ଭାଙ୍ଗି ଦେଇ ଯିଏ

କରିଦେଲା ଦିନେ ଇତି।୩।


ଆଖି ଆଇନାରେ ତୋ ଛବି ଦେଖି

ଜିଇଁଛି ତୋ ପଥ ଚାହିଁ,

ମରିବାକୁ ହେଲେ ମରି ତ ପାରୁନି

କେବଳ ତୁମରି ପାଇଁ ।୪।


◆ କେ.ନିର୍ମଳ

◆ ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy