STORYMIRROR

K. Nirmal

Classics Crime Children

4.5  

K. Nirmal

Classics Crime Children

ସର୍ବ ଶକ୍ତି

ସର୍ବ ଶକ୍ତି

1 min
399



ଈଶ୍ଵରଙ୍କ ପାଖେ ଅଳି କରେ କେତେ

ମନ୍ଦିର ଦୁଆରେ ବସି

ସାହା ହେବୁ ପ୍ରଭୁ କାଳିଆ ଠାକୁରେ

ମୋ ଦୁଃଖର ସାଥେ ମିଶି ।


ଯେଉଁ ବାପା ମା' ଫିଙ୍ଗିଥିଲେ ମୋତେ

ଅଳିଆ ଡବାରେ ନେଇ

ଧନ୍ୟ ସେହି ପିତା ଧନ୍ୟ ସେହି ମାତା

ଧିକ୍ ତାଙ୍କ ଜନ୍ମ ଥାଇ ।


ବିଶ୍ଵାସରେ ସିନା ବିଷ ଭରିଦେଲ

ଭାବିନେଲ ମୁହିଁ ଝିଅ

ସେହି ଝିଅ ଦିନେ ବଡ ହୋଇ ନିଶ୍ଚେ

ପୋଛିଦେବ ଆଖି ଲୁହ ।


ସବୁ ପୁଅ ଏଠି ସମାନ ନୁହଁନ୍ତି

ଅଛନ୍ତି କିଛି ଅଙ୍ଗାର

ସେହି ପୁଅ ପରା ବୁଢା ବୟସରେ

କରନ୍ତି ବି ଅତ୍ୟାଚାର ।


ଯଦି ଝିଅଟିଏ ବଞ୍ଚି ରହିଥିବ

ଆସି ଦେଖିଯିବ ସେହି

ଅତ୍ୟାଚାର କେବେ ଦେଖି ସେ ପାରିବ

ରଖିବ ପାଖରେ ନେଇ ।


ବେଳ ଥାଉ ଥାଉ ସାବଧାନ ହୁଅ

ଆଜିକାର ବାପ ମାଆ

ଝିଅଟିଏ ପରା କୁଳର ଦୁହିତା

ସର୍ବ ଶକ୍ତି ସର୍ବଂସହା ।


Rate this content
Log in

Similar oriya poem from Classics