କଳ୍କୀ ରୂପରେ
କଳ୍କୀ ରୂପରେ
ଶ୍ରୀକ୍ଷେତ୍ରରେ ଥରେ ଉଭା ହୁଅ ପ୍ରଭୁ
କଳ୍କୀ ରୂପରେ ତୁମେ,
ପାପ ଭରା ଆଉ ସହି ହେଉନାହିଁ
ତୁମ ଏ ପବିତ୍ର ଧାମେ ।
ବଢ଼ି ଚାଲେ ଏଠି ପାପ ଭାର ବେଶି
ହଜିଯାଏ ଟଙ୍କା ସୁନା,
କିଏ ନେଲା ଏଠି ଜାଣି ହେଉନାହିଁ
କୁହନ୍ତି ମନ୍ଦିର ନନା।
ଘୋର କଳିକାଳ ଶେଷ ସମୟ ଏ
ଜୀବନଟା ଲାଗେ ବିଷ,
ଲାଗୁଛି ଯେମିତି ପାପୀ ମାନେ ମିଶି
ଧର୍ମକୁ କରିବେ ନାଶ।
ବାରହାତ ଖଣ୍ଡା ଧରି ମହାବାହୁ
ଧଳା ଘୋଡ଼ା ପରେ ଆସ,
ଧର୍ମ ଧ୍ୱଜା ଏହି ମହୀରେ ଉଡ଼ାଇ
ସକଳ ପାପୀଙ୍କୁ ନାଶ ।