STORYMIRROR

K. Nirmal

Others

4  

K. Nirmal

Others

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
0

ମଣିଷର ଦୁଃଖ କିଏ ବା ବୁଝୁଛି, 
ଜଳ ବିନା ଏଠି ପ୍ରାଣ ହଜୁଛି,
ପାଣି ଟୋପେ ପାଇଁ ଛଟପଟ ହୋଇ,
 କେତେ ଯେ ମଣିଷ ଆଜି ମରୁଛି ।
ଅମୂଲ୍ୟ ଏ ସମ୍ପଦ ବୁଝି ନପାରି, 
ପାଣିକୁ ଆମେ ଦେଉଛୁ ଫିଙ୍ଗି,
ଭୁଲିଯାଉ ଆଜି ବିଳାସ ବ୍ୟସନେ, 
କେତେ କଣ୍ଠ ଯାଏ ଶୁଖି ଶୁଖି ।
ଜଳର ମହତ୍ତ୍ୱ ନ ବୁଝିଲେ ଆଜି,
 କାଲିକୁ ସର୍ବନାଶ ଘଟିବ,
ଟୋପାଏ ପାଣିର ଅଭାବରେ ଦିନେ, 
ଜୀବନର ଜ୍ୟୋତି ଲିଭିଯିବ ।
ହେ ଆଜିର ମଣିଷ! କରନାହିଁ ନଷ୍ଟ, 
ଜଳ ହିଁ ତୁମର ଅସଲ ବଳ,
ପାଣିର ମହତ ଯିଏ ବୁଝିପାରେ, 
ସିଏ ହିଁ ଗଢ଼ିବ ସୁନ୍ଦର କାଲିର ଫଳ ।
® କେ. ନିର୍ମଳ 


Rate this content
Log in