ତୃଷାର୍ତ୍ତ ଓଠେ
ତୃଷାର୍ତ୍ତ ଓଠେ
1 min
1.2K
ହଜାରେ ସପନେ ଛଳଛଳ ଆଖି
ହାତରେ ପାଉଁଶ ମୁଠେ
ସାହା ଭରସାର ବାପା ତ ନାହାନ୍ତି
ବିସର୍ଜିଲି ଗଙ୍ଗାଘାଟେ ।
ହଜିଯାଇଥିବା ଜୀବନ ଖୋଜୁଛି
କଣ୍ଟକିତ ମରୁ ବାଟେ
ଆଖି ଲୁହ ଯାହା ଝରିପଡେ ମୋର
କମ୍ପିତ ତୃଷାର୍ତ୍ତ ଓଠେ ।
ଗଢିବାକୁ ଥିବା ସୁନାର ସଂସାର
ହଜିଲା ଅଭାବି ହାଟେ
ସାହା ଭରସାକୁ କିଏ ଅଛି
ହୃଦୟ ଚିରି ସାଉଁଟେ ।
ବିଶ୍ୱାସ ଭରସା ଯାହାକୁ କଲି ସେ
ଠକି ଦେଇଗଲେ ଶଠେ
ମଲା ସମ୍ପର୍କକୁ ପାଣି ଛିଞ୍ଚି କାନ୍ଦେ
ତୁ ତ ଜୀଈଁକି ଉଠେ ।