ବହୁରୂପୀଆ
ବହୁରୂପୀଆ
କିଛିତ ଅଛନ୍ତି ଶ୍ରବଣ କୁମାର
ମନ ଆତ୍ମା ତାଙ୍କ ଭିନ୍ନ,
ଆଉ କିଛି ଏଠି ବହୁରୂପୀଆ ଲୋ
ସତେ ପିତୃ ଭକ୍ତ ରାମ ।
ପିତା ମାତାଙ୍କୁ ସେ ଭାବନ୍ତି ଅଲୋଡା
ଅନାଥ ଆଶ୍ରମେ ଛାଡ଼ି,
ଲୋକ ଦେଖାଣିଆ ଭକତ ବସ୍ଥଳ
ଭିତରୁ ଥାଆନ୍ତି ମୋଡି ।
ସ୍ତନ ଦେଇ ଯାକୁ ପାଳି ପୋଷିଥିଲା
ସିଏ ହେଲା ବିଷଧର ,
ଜୀବନ ବଦଳେ ଜନମ ଦେଇକି
କେମିତି ଆଜି ସେ ପର ।
ସୁନାନାକି ଗୋଟେ ବୋହୁ ଆଣିଥିଲା
ପୁଅର ବସିଲା ଘର,
ପୁଅ ବୋହୁ ଙ୍କର ଘର ଦୁଆରେ ଲୋ
କାହାର କି ଅଧିକାର ।
ସ୍ନେହ ସରଧାର ମିଛ ନାଟକରେ
ଦୁନିଆଁ ଯାଉଛି ଭଳି,
ସହି ହୁଅ ନାହିଁ ସମ୍ପର୍କ ତୀର ଟା
ହୃଦୟରେ ଗଲେ ଗଳି ।