ଆଜି ବି ଜୀଇଁଛୁ
ଆଜି ବି ଜୀଇଁଛୁ
ପ୍ରେମ ଏଠି ସବୁଠୁ ନିଆରା
ଝରେ ସିଏ ଏ ଜୀବନ ସାରା ।
କିଏ ଆସି ବୋଳି ଦେଇ ଯାଏ
ବାପ ମାଆ ଠାରୁ ସତେ କିଏ ବଳିଯାଏ ?
ଯିଏ ବୁଝେ ସିଏ ଜାଣେ ମୂଲ
ଅବୁଝା ତ ନିତି ଅନ୍ଧ କାଲ ।
ଉପାସେ କେ ପରସିଛି ଅନ୍ନ
ନୁଖୁରାକେ ତା ସର୍ବସ୍ବ
କରି ଦେଲା ଦାନ ।
ସେଇ ପୁଅ ଦିନେ କେବେ ଭୁଲେ ସବୁକିଛି
ମାୟାବିନୀ ମିଛ ପ୍ରେମେ
ଭୁଲ୍ ବାଟ ନେଇଥାଏ ବାଛି ।
ସପନ ସୁନା ସଂସାର ଆଖି ଆଗେ ଚୁନା ହେଲା
କେତେ ରଙ୍ଗ ସତେ ସିଏ ବସିଥିଲା ମାଖି ।
ବୃଦ୍ଧାଶ୍ରମ ନେବାପାଇଁ ଆସିଥିବା
ଗାଡିଟିକୁ ଦେଖି
।
ଝିର୍ ଝିର୍ ବରଷାରେ
ଝରକାରୁ ଚାହିଁ ଛନ୍ତି ବାପ ମାଆ ଆଜି ।
ନିଜ ଲୁହେ ନିଜେ ଭିଜି ଭିଜି ।
ଧୁ..ଧୁ..ଖରା ବେଳ ଗଲା
ଶୀର୍ ଶୀର୍ ଶିତ ଚାଲିଗଲା ।
କିଏ ଜଣେ କହିଲାନି
କେମିତିକା ଅଛୁ ।
ଏ ଯାଏଁ ତୁ ମଲୁଣିକି
ଆଜି ବି ଜୀଇଁଛୁ ।
କାମିନୀର ମୋହେ ବୁଡି
ପୁତ୍ର ପାଳେ ଫେବ୍ରୁୟାରୀ
ପ୍ରେମରୁତୁ ସେଠି ।
ସାତ ରଙ୍ଗ ସଂସାରଟା ହୃଦୟକୁ ଜାଳୁ ଜାଳୁ
ଚାହିଁ ଛନ୍ତି ଜୁଳୁଜୁଳୁ
ଅଲୋଡା ଏ ଦେହ ସତେ
କୋଉ ଦିନ ହବ ମୁଠେ ମାଟି ।