ଶ୍ରବଣ କୁମାର
ଶ୍ରବଣ କୁମାର
1 min
269
ସ୍ନେହ ମମତାର ପ୍ରଥମ ପ୍ରତୀକ
ପିତା ମାତାଙ୍କର ଭକ୍ତି
ହୃଦୟର ଏହି ଅମୃତ ବନ୍ଧନ
ଦେଇଥାଏ ବଡ଼ ଶକ୍ତି ।
ଏ ଜୀବନେ ମୋହ ମାୟା ଭୁଲିଯାଇ
ପାପ କର୍ମ କରୁ ଦୂରେ
ଭଲପାଇ ଥରେ ଦେଖ ପରିବାର
ସଙ୍ଗୀତର ସାତସୁରେ ।
ପ୍ରତି ବିପଦରେ ବନ୍ଧୁ ହେଇ ପରା
ପିତା ହୋଇଥାନ୍ତି ଠିଆ
ମାତାଙ୍କ ଆଶିଷେ ଯଶବନ୍ତ ଯିଏ
ଦୁଃଖେ କରୁଥାଏ ଆହା ।
ଦେଖ ଏ ସଂସାର ସୁନାର ଅକ୍ଷର
ବୋହିଛନ୍ତି ପୁଣ୍ୟ ଆତ୍ମା
ଶ୍ରବଣ କୁମାର ଗୋଟେ ନାମ କହେ
ଅଟନ୍ତି ସେ ଯେ ମହାତ୍ମା ।