ରଙ୍ଗଲି ପର୍ବ
ରଙ୍ଗଲି ପର୍ବ
ମିଛ ମାୟା ମୋହ ମନୁ ମାରିଦେଇ
ସଜାଇ ସ୍ମୁତି ସୌରଭେ,
ମହକାଇ ଦେବା ମହୀ ମହଲ୍ଲାସେ
ରଙ୍ଗଲି ପର୍ଵ ଗୌରବେ ।
ସ୍ମୁତି ସିନା ଏକ ନିଆରା ଭାବନା
ଜୀବନର ସାତ ରଙ୍ଗେ,
ପ୍ରିୟ ପରିଜନ ମିଳିମିଶି ଆମେ
ଆସ ଖେଳିଯିବା ସଙ୍ଗେ ।
ସାଗରରେ ଗଙ୍ଗା ବାହିବାକୁ ହେଲେ
ଧରିବାକୁ ହେବ କାତ,
ରଙ୍ଗଲି ପର୍ବରେ ହଜିବାକୁ ହେଲେ
ଆସ ହେବା ଆମେ ମିତ ।
ଭକ୍ତି ଦୁନିଆରେ ହଜିବାକୁ ହେଲେ
ଅବିର ଟିକକ ଆଣି,
ମୁଖେ ବଳିଦେବା ମିଳିମିଶି ଆମେ
ସବୁ କଥା ଜାଣି ଶୁଣି ।