ଛଅ ତିଅଣ
ଛଅ ତିଅଣ
1 min
209
ରୂପ ହଜାରେକୁ ଗୁଣ ତା ନାହିଁ ।
ନୀତିବାଣୀ ଦିଏ ଧାଇଁ ଧାଇଁ ॥
କରମ ହୀନ ସେ କୁଢିଆ ପଣ
ଖାଇବାକୁ ଲୋଡା ଛ' ତିଅଣ ॥
ପର ଉପକାରେ ନାମ କମାଏ
ବାପ ତା'ର ଭୋକ ପେଟରେ ଶୁଏ ।
ନାହିଁ ଜାଳ ନାହିଁ ମୁଠେ ଚାଉଳ
ପୁଅ ଲୋଡେ ଏଣେ ମାଉଁସ ଝୋଳ ॥
ଏମିତି ପୁତ୍ରକୁ କି ଦେବି ନାଆଁ
ଆଣ୍ଠୁକୁଡ଼ି କାଇଁ ନହେଲା ମାଆ ॥
ଧନ୍ୟ ଏ ଜଗତ ଧନ୍ୟ ତା ଖେଳ
କି ଥିଲା ସତରେ କି ହେଲା କାଳ ॥