STORYMIRROR

Santosh Mishra

Abstract Classics Others

4  

Santosh Mishra

Abstract Classics Others

କଳଙ୍କ

କଳଙ୍କ

1 min
23K

ଜଳୁଥିଲା ନିଆଁ ହୁତୁହୁତୁ ହୋଇ

କାଠ ଖଣ୍ଡେ ପକାଇଲି,

ଯେବେ ମୁଁ ଜାଣିଲି କାଠ ଟି ଚନ୍ଦନ

ନିଆଁରୁ ମୁଁ କାଢ଼ି ନେଲି,

ପାଣି ଦେଇ ଲିଭେଇଲି,

ଦରପୋଡ଼ା କାଠ ଧରିଲି ହାତରେ

ଚନ୍ଦନ କୁ ଖୋଜୁଥିଲି ।୧।


ଅଧା ପୋଡ଼ା ଏହି ଚନ୍ଦନ କାଠକୁ

ମାଗିଲି ଚନ୍ଦନ ରଙ୍ଗ,

ଯେତେ ଚିକଣରେ ଘୋରିଲେ ତାହାକୁ

ଦେଲାନି ସୁଗନ୍ଧ ରଙ୍ଗ,

ତା ଦେହେ ଲାଗେ କଳଙ୍କ,

ଅମୃତ ରେ ଯେବେ ବିଷ ମିଶିଯାଏ

ବିଷ କି ଅମୃତ ସଙ୍ଗ ।୨।


ଶହେ ସତ୍ କର୍ମ ସଦା ଲୁଚିଯାଏ

ଲାଗିଲେ କଳଙ୍କ ଟିଏ,

ସୁବର୍ଣ୍ଣ ହାରରେ କଳଙ୍କ ପଦକ

ଏକା ସେ ଝଟକୁ ଥାଏ,

ଆଖିକୁ ସେ ଦିଶିଯାଏ,

ସମ୍ପୂର୍ଣ୍ଣ ଶରୀର ମର୍ଯ୍ୟଦା ପାଏ ନି

କଳଙ୍କିତ କରି ଦିଏ ।୩।


ଆପେ ଆପେ କେବେ କଳଙ୍କ ଲାଗେନି

ଡାକିଲେ ସେ ଆସିଯାଏ,

ସତ୍ ବୁଦ୍ଧି ସଙ୍ଗେ ସତ୍ କର୍ମ କଲେ

କଳଙ୍କ ଦୁରେଇ ରୁହେ,

ଭଲ ମଣିଷ ଟେ ହୁଏ,

ଭଲ ହେବା ପାଇଁ କଳଙ୍କ ଡାକନି

ଏ କଥା ସନ୍ତୋଷ କୁହେ ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract