STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ମରୀଚିକା

ମରୀଚିକା

1 min
170


   ସେ ସେଇ ଯାଯାବର 

   ଶାନ୍ତ ସୁଶୀତଳ 

   ମନ ଦିଆ ନିଆ ଭିତରେ 

   ସାଜିଯାଏ ମାୟା ନଗର ର 

   ପ୍ରେମିକ ପ୍ରବର ll


  ଭଅଁର ହେଇ ଉଡୁଥିଲା ଫୁଲ ରୁ ଫୁଲକୁ 

  ମନ ଦେଉଥିଲା ହୃଦୟ ଦେଉଥିଲା 

  ଖୁସି ବାଣ୍ଟୁ ଥିଲା 

  ଏକ ପବିତ୍ର ମନ ନେଇ 

  ଏକ ନିସ୍ଵାର୍ଥପର ଭାବନା ନେଇ ll


  ନା ଆଶା ଥିଲା ପାଇବାର 

  ନା ନିଶା ଥିଲା ହଜେଇବାର 

  ବନ୍ଧନ ରେ ବନ୍ଧା ହେବନି ବୋଲି 

  ବନ୍ଧନ କୁ ବି କଲା ପର 

  ଶେଷରେ ନିଜେ ସାଜିଗଲl ପୁଷ୍ପ 

  ଭ୍ରମର ସବୁ ଶୋଷି ନେଲାପରେ 

   ନିଜେ ହୋଇଗଲା ଶୁଷ୍କ ଆଉ ଶୁଷ୍କ ll


   ଆଜି ସେ ଯାଯାବର

   ଶୁଷ୍କ ନିସ୍ତବ୍ଧ ନିଶ୍ବର 

   ନା କେହି ହେଲେ ତାର ନିଜର 

   ମରୀଚିକା ପଛେ ଧାଇଁ ଧାଇଁ 

   ଆଜି ସେ ହେଇଗଲା ଫୁଟପାଥ ର 

   ଜଳୁଅଛି ପ୍ରାୟଶ୍ଚିତ ବହ୍ନିର ll


   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract