ମରୀଚିକା
ମରୀଚିକା
ସେ ସେଇ ଯାଯାବର
ଶାନ୍ତ ସୁଶୀତଳ
ମନ ଦିଆ ନିଆ ଭିତରେ
ସାଜିଯାଏ ମାୟା ନଗର ର
ପ୍ରେମିକ ପ୍ରବର ll
ଭଅଁର ହେଇ ଉଡୁଥିଲା ଫୁଲ ରୁ ଫୁଲକୁ
ମନ ଦେଉଥିଲା ହୃଦୟ ଦେଉଥିଲା
ଖୁସି ବାଣ୍ଟୁ ଥିଲା
ଏକ ପବିତ୍ର ମନ ନେଇ
ଏକ ନିସ୍ଵାର୍ଥପର ଭାବନା ନେଇ ll
ନା ଆଶା ଥିଲା ପାଇବାର
ନା ନିଶା ଥିଲା ହଜେଇବାର
ବନ୍ଧ
ନ ରେ ବନ୍ଧା ହେବନି ବୋଲି
ବନ୍ଧନ କୁ ବି କଲା ପର
ଶେଷରେ ନିଜେ ସାଜିଗଲl ପୁଷ୍ପ
ଭ୍ରମର ସବୁ ଶୋଷି ନେଲାପରେ
ନିଜେ ହୋଇଗଲା ଶୁଷ୍କ ଆଉ ଶୁଷ୍କ ll
ଆଜି ସେ ଯାଯାବର
ଶୁଷ୍କ ନିସ୍ତବ୍ଧ ନିଶ୍ବର
ନା କେହି ହେଲେ ତାର ନିଜର
ମରୀଚିକା ପଛେ ଧାଇଁ ଧାଇଁ
ଆଜି ସେ ହେଇଗଲା ଫୁଟପାଥ ର
ଜଳୁଅଛି ପ୍ରାୟଶ୍ଚିତ ବହ୍ନିର ll