STORYMIRROR

Amit Bal

Classics Inspirational

3  

Amit Bal

Classics Inspirational

ଗୁରୁକୁଳ

ଗୁରୁକୁଳ

1 min
235

ଉଜୁଡି ଯାଉଛି ସମାଜ,ଅବକ୍ଷୟ ମୁଖି ମାନବିକ ମୂଲ୍ୟବୋଧ

ବିସର୍ଜିତ ଶିକ୍ଷାବ୍ୟବସ୍ଥାର ଅବଶେଷ,କରିପାରିବ ପ୍ରତିରୋଧ !

ରାତିର ମିଠା ସ୍ବପ୍ନର ଶିହରଣରେ, ଦିନ ହୋଇସାରିଛି ନଷ୍ଟ

ଯେ ସ୍ବପ୍ନଦେଖିଥିବ ଅଖଣ୍ଡ ଭାରତବର୍ଷର,ହେବ ତାକୁହିଁ କଷ୍ଟ 


କାହିଁସେ ତେଜୋମୟଜ୍ୟୋତି,ଗୁରୁକୁଳ ପରମ୍ପରା ରୀତିନୀତି

ଶତ ସହସ୍ର ବର୍ଷର ତପସ୍ୟା ସହ,ଧରାଶାୟୀ ସବୁସେ ପ୍ରବୃତ୍ତି,

ଗୁରୁଶିଷ୍ୟ ପରମ୍ପରା,ପ୍ରଜ୍ଜ୍ଵଳିତ ଅଗ୍ନିମୁଖେ ଆଜି ପତଙ୍ଗ ପ୍ରାୟ

ନା ଅଛି ଶିଷ୍ୟ କାନ୍ଧେ ଧୈର୍ଯ୍ୟଶକ୍ତି ନା ଗୁରୁପାଶେ ତାଳଲୟ ,


ଶିକ୍ଷା ମେରୁଦଣ୍ଡ ଏବେ ପକ୍ଷାଘାତେ କ୍ଷତ ବିକ୍ଷତ ପୀଡ଼ିତ

କେହି ନାହିଁ ଆଜି ବୋଧିଦ୍ରୂମ ତଳେ ତପସ୍ୟାରେ ନିମଜ୍ଜିତ,

ପାଶ୍ଚାତ୍ୟ ସଂସ୍କୃତି ଇଂରାଜୀ ଶିକ୍ଷା ହୋଇଛି ଶିକ୍ଷା ଇସ୍ତାହାର

ଲୁପ୍ତପ୍ରାୟ ସଂସ୍କୃତ ଭାଷା ଯେମିତି ମନେହୁଏ ଆଉକେ ଗ୍ରହର


ଆଜି ବି ସମୟ ଅଛି ଆଦରିବାକୁ ଗୁରୁକୁଳ ଶିକ୍ଷା ପଦ୍ଧତି

ମୁକ୍ତିର ମହାମନ୍ତ୍ର ନିନାଦିତ କରିବା ଚତୁର୍ଦ୍ଦିଗେ ଫୁଲାଇଛାତି

ପୁଣି ହେବ ଉଜ୍ଜିବିତ ନାଳନ୍ଦା ତକ୍ଷଶିଳା କାଶୀ ବାରଣାସୀ

ଜନ୍ମନେବେ ରାମ କୃଷ୍ଣ ଭୀଷ୍ମ ଦ୍ରୋଣ ସାଥେ ଜନକ ପରି ଋଷି


साहित्याला गुण द्या
लॉग इन

Similar oriya poem from Classics